ETV Bharat / bharat

ବୀର ସୁପୁତ୍ର ଭଗତ ସିଂହଙ୍କ 114ତମ ଜୟନ୍ତୀ, ଇଂରେଜଙ୍କୁ କରିଥିଲେ ନାକେଦମ୍ - ଭଗତ ସିଂହଙ୍କ 114ତମ ଜନ୍ମ ଜୟନ୍ତୀ

ବୀର ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କ ଆଜି 114ତମ ଜନ୍ମ ଜୟନ୍ତୀ । ଦେଶ ପାଇଁ ଅନେକ ମହାନ କାମ କରି ଆଜି ବି ସେ ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି । ଅଧିକ ପଢନ୍ତୁ...

ବୀର ସ୍ବାଧିନତା ସଂଗ୍ରାମୀ ଭଗତ ସିଂହଙ୍କ 114ତମ ଜନ୍ମ ଜୟନ୍ତୀ

author img

By

Published : Sep 28, 2021, 11:51 AM IST

Updated : Sep 28, 2021, 12:24 PM IST

ହାଇଦ୍ରାବାଦ: ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ …ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସେହି ବୀର ସ୍ବାଧିନତା ସଂଗ୍ରାମୀ ହେଉଛନ୍ତି ସହିଦ ଭଗତ ସିଂ । ଆଜି ହେଉଛି ସହିଦ ଭଗତ ସିଂଙ୍କ 114ତମ ଜନ୍ମ ଜୟନ୍ତୀ । ଦେଶ ପାଇଁ ଅନେକ ମହାନ କାମ କରି ଆଜି ବି ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି ସେ । ଏହି କ୍ରାନ୍ତିକାରୀ ଯବାନଙ୍କ ବିଷୟରେ ଭାରତର ପ୍ରତିଟି ପିଢି ଅବଗତ ରହିଛନ୍ତି । ଯାହାଙ୍କ ମହାନ କାମ ପାଇଁ ଭାରତର ଯୁବପିଢିମାନେ ଆଜିବି ପ୍ରେରିତ ହେଉଛନ୍ତି ଏବଂ ତାଙ୍କ ପ୍ରେରଣାରେ କାର୍ଯ୍ୟ କରୁଛନ୍ତି । ଭଗତ ସିଂହ ଭାରତ ମା’ର ଜଣେ ବିର ସୁପୁତ୍ର ଯିଏ ଭାରତ ମାତାକୁ ସ୍ବାଧୀନତା ଦେବା ପାଇଁ ହସି ହସି ନିଜ ପ୍ରାଣର ଆହୁତି ଦେଇଥିଲେ ।

ଭଗତ ସିଂହ ସେପ୍ଟେମ୍ବର ୨୮ ତାରିଖ ୧୯୦୭ ତାରିଖରେ ପଞ୍ଜବର ଲାୟପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଏକ ଶିଖ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ସରଦାର କିସାନ ସିଂହ ସାଧୁ ଏବଂ ମାତା ନାମ ବିଦ୍ୟାବତୀ ଥିଲା । ତାଙ୍କର ପାଞ୍ଚ ଭାଇ ତିନି ଭଉଣି ଥିଲେ । ସମସ୍ତ ଭାଇ ଭଉଣିଙ୍କ ମଧ୍ୟରୁ ଭଗତ ସିଂହ ସବୁଠାରୁ ଚାଲାକ ଚତୁର ଏବଂ ବିଚେକ୍ଷଣ ବୁଦ୍ଧିଆ ଥିଲେ । ଭଗତ ସିଂହଙ୍କ ପରିବାର ପୂର୍ବରୁ ହିଁ ଦେଶପ୍ରେମୀ ଥିଲେ ଏବଂ ଦେଶ ପାଇଁ ଲଢି ଆସୁଥିଲେ । ଭଗତ ସିଂହଙ୍କ ଜନ୍ମ ସମୟରେ ତାଙ୍କ ପିତା ଏବଂ ତାଙ୍କର ଦୁଇ ଦାଦା ଜେଲରେ ବନ୍ଦି ହୋଇ ରହିଥିଲେ । ବାପା ଦାଦାଙ୍କ ଭଳି ଭଗତ ସିଂହଙ୍କ ଭିତରେ ବି ଛୋଟ ବେଳୁ ଦେଶପ୍ରେମ ଭରି ହୋଇ ରହିଥିଲା । ସେ ତାଙ୍କର ପାଠପଢା ଗାଁ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ଅନ୍ୟ ପିଲାଙ୍କ ଭଳି ଭଗତ ନଥିଲେ । ସେ ପ୍ରତିଦିନ ନୂଆ ନୂଆ ସାଙ୍ଗ ବନାଇବାକୁ ପସନ୍ଦ କରୁଥିଲେ ।

ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ବାଧୀନତା ସଂଗ୍ରାମ ବିଷୟରେ ଭଲଭାବରେ ଜ୍ଞାତ ହୋଇସାରିଥିଲେ । ୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ସେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ତାହା ଦେଖିବାକୁ ଯାଇଥିଲେ । ଆଉ ତାହା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେ ପାଠପଢା ଛାଡ଼ି ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ବିପ୍ଳବୀ ସଂଗଠନ ଗଢିଥିଲେ । ସେ ମାର୍କ୍ସବାଦ ଓ ସମାଜବାଦର ସମର୍ଥକ ଥିଲେ । ଭାରତକୁ ଆଜାଦି ଦେବାକୁ ସେ ଅନେକ ସଂଗଠନରେ ଯୋଗ ଦେଇଥିଲେ ଓ ଅନେକ ସଂଗଠନ ତିଆରି ମଧ୍ୟ କରିଥିଲେ । ସଂଗଠନରେ ମିଶି ଇଂରେଜମାନଙ୍କ ବିରୋଧରେ ଲଢେଇ କରୁଥିଲେ । କାଳ କ୍ରମେ ଭଗତ ସିଂ ଇଂରେଜମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଥିଲେ । ସେତେବେଳେ ଭଗତ ସିଂଙ୍କ ନାଁ ଶୁଣିଲେ ଭୟଭୀତ ହୋଇପଡୁଥିଲେ ଇଂରେଜ । ତେଣୁ ଭଗତ ସିଂଙ୍କୁ ରାସ୍ତାରୁ ହଟାଇବାକୁ ତାଙ୍କୁ ଇଂରେଜମାନେ ବନ୍ଦୀ କରିଦେଇଥିଲେ । ଭଗତ ସିଂ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାମ ବନ୍ଦ କରିନଥିଲେ । ଶେଷରେ ବ୍ରିଟିଶ ସରକାର ତାଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ନେଲେ । ୨୪ ମାର୍ଚ୍ଚ ୧୯୩୧ ମସିହାରେ ଭଗତ ସିଂଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ହୋଇଥିଲା, ହେଲେ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ଭଗତ ସିଂ ଏବଂ ତାଙ୍କ ଦୁଇ ସାଥୀ ସୁଖ ଦେବ ଓ ରାଜଗୁରୁଙ୍କୁ ମାର୍ଚ୍ଚ ୨୩ ତାରିଖରେ ଫାଶୀ ଦିଆଯାଇଥିଲା ।

Last Updated : Sep 28, 2021, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.