ETV Bharat / bharat

ରେକର୍ଡ, 39 ଲକ୍ଷ ଟଙ୍କାରେ 114 ବର୍ଷ ପୁରୁଣା ଶାଗୁଆନ ଗଛ ବିକ୍ରି - 114 year old teak tree sold 39 lakh

କେରଳ ବନ ବିଭାଗ 39 ଲକ୍ଷ ଟଙ୍କାରେ 114 ବର୍ଷ ପୁରୁଣା ଶାଗୁଆନ ଗଛ ବିକ୍ରି କରିଛି ଯାଏ ଏବେ ସୁଦ୍ଧା ରେକର୍ଡ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

39 ଲକ୍ଷ ଟଙ୍କାରେ 114 ବର୍ଷ ପୁରୁଣା ଶାଗୁଆନ ଗଛ ବିକ୍ରି

author img

By

Published : Feb 22, 2023, 11:05 AM IST

ଥିରୁଅନନ୍ତପୁରମ: ଗଛ ପରିବେଶକୁ ସନ୍ତୁଳନ କରିବା ସହ ରୋଜଗାରର ମାଧ୍ୟମ ମଧ୍ୟ ସାଜିଥାଏ । ଛାଇ, ପବନ, ଖାଦ୍ୟ ଦେବା ପରେ ବି କାଠଗଛ ବିକ୍ରି କରିବା ଦ୍ବାରା ରୋଜଗାରର ବାଟ ଫିଟିଥାଏ । କେରଳ ବନ ବିଭାଗ ଇତିହାସର 114 ବର୍ଷ ପୁରୁଣା ଶାଗୁଆନ ଗଛ 39.25 ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଯାହା ଏବେ ଯାଏ ରେକର୍ଡ ବୋଲି କୁହାଯାଉଛି । ଥିରୁଅନନ୍ତପୁରମ ନିବାସୀ ଅଜେଶ ଉକ୍ତ ଶାଗୁଆର ଗଛର ମାଲିକ । ଗତ 3 ବର୍ଷ ହେବ ସେ ଗିଲାବୁର କେରଳ ବନ ବିଭାଗ ଦ୍ବାରା କରାଯାଉଥିବା ନିଲାମୀରେ ଅଂଶ ଗ୍ରହଣ କରି ଆସୁଛନ୍ତି ।

ଏହି ନିଲାମୀରେ ଗିଲାବୁରର ଶାଗୁଆନ କାଠ ଏବେ ଯାଏଁ ସବୁଠୁ ଅଧିକ ଟଙ୍କାରେ ବିକ୍ରି ହୋଇଛି । ରାଜ୍ୟ ସରକାରଙ୍କ ଦ୍ବାରା ସଂରକ୍ଷିତ ବୃକ୍ଷରୋପଣ ଦ୍ବାରା ଏହି ଗଛ ଲଗାଯାଇଥିଲା । ଯାହାକୁ 1909 ମସିହାରେ ବ୍ରିଟିଶ ଅଧିକାରୀ ଦ୍ବାରା ଲଗାଯାଇଥିଲା । ଗତ 10 ତାରିଖରେ ନେଦୁନକାୟମ ଡିପୋରେ ଶୁଖିଲା ଶାଗୁଆନକୁ 3 ଖଣ୍ଡ ନିଲାମୀ ପାଇଁ ରଖାଯାଇଥିଲା । ଶାଗୁଆନ ଖୁଖିଲା ଗଣ୍ଡିର ତିନି ଖଣ୍ଡ ପାଖାପାଖି 8 ଘନ ମିଟର ଥିଲା । ଗୋଟିଏ ଖଣ୍ଡକୁ 23 ଲକ୍ଷ ଟଙ୍କା ଅନ୍ୟ ଦୁଇ ଖଣ୍ଡକୁ ଯଥାକ୍ରମେ 11ଲକ୍ଷ ଓ 5.25 ଲକ୍ଷରେ ବିକ୍ରି କରାଯାଇଥିଲା ।

ଏହା ବି ପଢନ୍ତୁ...ଶିରିଡି ସାଇଙ୍କ ଦର୍ଶନ କଲେ ମୁଖତାର ଅବ୍ବାସ ନକଭି, କହିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ର

ଶାଗୁଆର କାଠ ଗଣ୍ଡିରୁ ସରକାରୀ ଖଜଣା ଆକାରରେ 39.25 କୋଟି ଆୟ କରାଯାଇ ପାରିଥାନ୍ତା ମାତ୍ର ଏହା ସଂରକ୍ଷିତ ବୃକ୍ଷ ହୋଇଥିବାରୁ ଏହା ଶୁଖିଗଲା ପରେ ନିଲାମୀ କରାଯାଇଥାଏ । ନିଲାମ୍ବୁର ଶାଗୁଆନ ଅନ୍ତର୍ଜାତୀୟ ବଜାରରେ ପ୍ରସିଦ୍ଧ ଲାଭ କରିଛି ।

ନେଦୁନକାୟମ ଟିମ୍ବର ସେଲ ଡିପୋ ରେଞ୍ଜ ଅଧିକାରୀ କହିଛନ୍ତି, ଗଛ ଆହୁରି ଅଧିକ ଟଙ୍କାରେ ବିକ୍ରି ହେବା ନେଇ ଆଶା କରାଯାଉଥିଲା । ନେଦୁନକାୟମ ଟିମ୍ବର ସେଲ ଡିପୋରୁ ଗାଡିରେ ଲୋଡ କରାଯାଇ ଶାଗୁଆନ କାଠକୁ ଥିରୁଅନନ୍ତପୁରମ ନିଆଯାଇଛି । 114 ବର୍ଷ ପୁରୁଣା ଶାଗୁଆର ଗଛର ନିଲାମୀ ପରେ କାଠକୁ ନିଆଯିବା ସମୟରେ ଅନେକ ଲୋକ ସେଠାରେ ରୁଣ୍ଢ ହୋଇଥିବା ଦେଖିବାକୁ ମିଳିଥିଲା । ଏହାର ଲୋଡିଂ ଚାର୍ଜ 15 ହଜାର ଟଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.