ETV Bharat / bharat

ମା‘ର ମୃତଦେହ ସହ ୨ଦିନ ରହିଲା ୧୧ବର୍ଷୀୟ ପୁଅ

ମୃତ ବୋଲି ଜାଣିନପାରି ମାର ମୃତଦେହ ସହ ଗୋଟିଏ କୋଠରୀରେ ଦୁଇ ଦିନ ରହିଲା ୧୧ ବର୍ଷୀୟ ପୁଅ । ଦୁର୍ଗନ୍ଧ ହେବାରୁ ପୋଲିସକୁ ସୂଚନା ଦେଲେ ପଡୋଶୀ । ଅଧିକ ପଢନ୍ତୁ

author img

By

Published : Mar 2, 2023, 9:04 PM IST

ମା‘ର ମୃତଦେହ ସହ ୨ ଦିନ ରହିଲା ୧୧ ବର୍ଷୀୟ ପୁଅ

ବେଙ୍ଗାଲୁରୁ: ଆଖି ବୁଜି ସାରିଥିଲା ମା’, ହେଲେ ଏକଥା ଜାଣିନଥିଲା ୧୧ ବର୍ଷୀୟ ପୁଅ । ଗୋଟିଏ କୋଠରୀରେ ମା’ର ମୃତଦେହ ସହ ଦୁଇ ଦିନ ରହିଲା । ନିଜ ମା’ ଶୋଇଥିବା ଭାବି ବାଳକ ଜଣକ ଅତି ସ୍ବାଭାବିକ ଭାବେ ମୃତଦେହ ସହ ଦୁଇଦିନ କାଟିଛି । ଦୀର୍ଘ ଦୁଇ ଦିନ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିବା ପରେ ବାଳକଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟ ଚକିତ କରିବା ପରି ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ସହରର ଗଙ୍ଗାନଗରର ଅଞ୍ଚଳରେ ଅନମ୍ମା ନାମକ ଏହି ମହିଳା ନିଜର ୧୧ ବର୍ଷୀୟ ପୁଅଙ୍କ ସହ ରହୁଥିଲେ । ସେ ଜଣେ ଦୈନିକ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଫେବୃଆରୀ ୨୫ ରେ କୌଣସି କାରଣବଶତଃ ମହିଳାଙ୍କର ମୃତ୍ୟୁ ହୋଇଥିଲା । ସେ ଶୋଇଥିବା ଅବସ୍ଥାରେ ହିଁ ଆଖି ବୁଜିଥିଲେ । ତାଙ୍କର ୧୧ ବର୍ଷୀୟ ପୁଅ ମା’ର ମୃତ୍ୟୁ ହୋଇସାରିଥିବା ଜାଣିପାରିନଥିଲା । ପ୍ରତିଦିନ ପରି ମା ଶୋଇଥିବା ଭାବି ଅତି ସ୍ବାଭାବିକ ଭାବେ ବାଳକଜଣଙ୍କ ମୃତଦେହ ସହ ଦୁଇଦିନ କାଟିଥିଲା । ମା’ ନିଦରୁ ଉଠିନଥିବା ଓ ରୋଷଇ ନକରିବା କାରଣରୁ ସେ ପଡୋଶୀ ଘରକୁ ଖାଇବା ପାଇଁ ଯାଇଥିଲେ । ମା ରୋଷେଇ କରିନଥିବା କହି ପଡୋଶୀ ଘରେ ରାତ୍ରିଭୋଜନ ପୁଣି ବାଳକଜଣଙ୍କ ଘରକୁ ଫେରିଆସି ମା’ର ମୃତଦେହ ନିକଟରେ ଶୋଇ ମଧ୍ୟ ପଡିଥିଲା ।

ମହିଳଜଣଙ୍କର ୨୫ ଫେବୃଆରୀରେ ମୃତ୍ଯୁ ହୋଇଥିବା ବେଳେ ୩ଦିନ ଅର୍ଥାତ ୨୮ ଫେବୃଆରୀରେ ମୃତଦେହରୁ ଦୁର୍ଗନ୍ଧ ହେବା ଆରମ୍ଭ କରିଥିଲା । ସନ୍ଦେହ ହେବାରୁ ପଡୋଶୀ ଘର ଭିତରେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏସମ୍ପର୍କରେ ପୋଲିସ ମଧ୍ୟ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ମହିଳାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରନାହିଁ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ପୋଲିସ ହସ୍ତାନ୍ତର କରିଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ଅନ୍ୟପଟେ ମା’ର ମୃତଦେହ ସହ ଦୁଇଦିନ କାଟିଥିବା ପୁଅର ନିରିହତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.