ETV Bharat / bharat

'ପ୍ରତିଟି ପ୍ରଶ୍ନର ଉତ୍ତର ୧୦୦କୋଟି ଟୀକାକରଣ'

author img

By

Published : Oct 22, 2021, 12:09 PM IST

ଟୀକାକରଣରେ ଇତିହାସ ସୃଷ୍ଟି କରିଛି ଭାରତ । ଏହି ଅବସରରେ ଆଜି(ଶୁକ୍ରବାର) ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଭାରତର ଦକ୍ଷତା ଉପରେ ଉଠୁଥିବା ସବୁ ପ୍ରଶ୍ନର ଉତ୍ତର ଏହି ୧୦୦କୋଟି ଟୀକାକରଣ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧରେ ଜାରି ଥିବା ଟୀକାକରଣ ୧୦୦କୋଟି ପାର ହୋଇଛି । ଯାହା ଦେଶ ପାଇଁ ଏକ ମାଇଲଖୁଣ୍ଟ ହୋଇଛି । ଟୀକାକରଣରେ ଇତିହାସ ସୃଷ୍ଟି କରିଛି ଭାରତ । ଏହି ଅବସରରେ ଆଜି(ଶୁକ୍ରବାର) ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଭାରତର ଦକ୍ଷତା ଉପରେ ଉଠୁଥିବା ସବୁ ପ୍ରଶ୍ନର ଉତ୍ତର ଏହି ୧୦୦କୋଟି ଟୀକାକରଣ।

ମହାମାରୀକୁ ରୋକିବାକୁ ଯଥେଷ୍ଟ ଲୋକଙ୍କୁ ଟୀକାକରଣ କରାଯାଇଛି । ଭାରତର ଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ । ଆଜି ଏହି ପ୍ରଶ୍ନର ସବୁ ଉତ୍ତର ଦେଇଛି ୧୦୦ କୋଟି ଟୀକାକରଣ । ଭ୍ୟାକ୍ସିନେସନ ଡ୍ରାଇଭ ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସର ଜ୍ବଳନ୍ତ ଉଦାହରଣ । ଦେଶରେ ୧୦୦ କୋଟି ଟିକାକରଣ କେବଳ ଏକ ଆକଳନ ନୁହେଁ ବରଂ ଏହା ଆମ ସାମର୍ଥ୍ୟର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ଆହୁରି କହିଛନ୍ତି ୧୩୦ କୋଟି ଭାରତୀୟଙ୍କ ପ୍ରୟାସର ଏହା ଫଳାଫଳ । ଇତାହାସର ଏହା ଏକ ନୂଆ ଅଧ୍ୟାୟ । କୋଭିଡ ଟୀକାକରଣ ବିଜ୍ଞାନ ଜନ୍ମିତ, ବିଜ୍ଞାନ ଚାଳିତ ଓ ବିଜ୍ଞାନ ଆଧାରିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ବିରୋଧରେ ଆମେ ଖୁବ ଶୀଘ୍ର ଜିତିବା । ଯେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିଛି ସେ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଛାଡିବା ନାହିଁ ବୋଲି କହିଛନ୍ତି ମୋଦି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.