ETV Bharat / bharat

ନାବାଳକକୁ ଗିଳି ଦେଲା କୁମ୍ଭୀର, ଜୀବନ୍ତ ଉଦ୍ଧାର ପାଇଁ କୁମ୍ଭୀରକୁ ବାନ୍ଧିଲେ ଗାଁ ଲୋକେ - ପିଲାକୁ ଗିଳିଦେଲା କୁମ୍ଭୀର

ଚମ୍ବଲ ନଦୀ କୂଳରେ ଜଣେ 10 ବର୍ଷୀୟ ବାଳକ ଖେଳୁଥିବା ବେଳେ ଘଟିଲା ଅଘଟଣ । ଛକି ବସିଥିବା କୁମ୍ଭୀର ବାଳକ ଉପରକୁ ଆକ୍ରମଣ କରି ଗିଳି ଦେଇଥିଲା । ସେହି କୁମ୍ଭୀରକୁ ଜାଲ ପକାଇ ଧରି ପେଟ ଭିତରୁ ପୁଅକୁ ଜୀବିତ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ଗାଁ ଲୋକେ । ଅଧିକ ପଢନ୍ତୁ

ପିଲାକୁ ଜୀବନ୍ତ ଉଦ୍ଧାର ପାଇଁ କୁମ୍ଭୀରକୁ ବାନ୍ଧିଲେ ଗାଁ ଲୋକ

author img

By

Published : Jul 13, 2022, 10:28 AM IST

ଭୋପାଳ: ଚମ୍ବଲ ନଦୀ କୂଳରେ ଜଣେ 10 ବର୍ଷୀୟ ବାଳକ ଖେଳୁଥିବା ବେଳେ ଘଟିଲା ଅଘଟଣ । ଛକି ବସିଥିବା କୁମ୍ଭୀର ବାଳକ ଉପରକୁ ଆକ୍ରମଣ କରି ଗିଳି ଦେଇଥିଲା । ସେହି କୁମ୍ଭୀରକୁ ଜାଲ ପକାଇ ଧରି ପେଟ ଭିତରୁ ପୁଅକୁ ଜୀବିତ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ଗାଁ ଲୋକେ । ହେଲେ ବାଳକଟିର ମୃତଦେହ ଉଦ୍ଧାର ହେଲା । କୁମ୍ଭୀର ପେଟରୁ ନୁହେଁ ନଦୀରୁ । ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସୈପୁର ଅଞ୍ଚଳରେ ଘଟିଛି ।

ଖେଳୁଥିବାବେଳେ ଆକ୍ରମଣ କଲା କୁମ୍ଭୀର...

ଚମ୍ବଲ ନଦୀ କୂଳରେ ଜଣେ ୧୦ ବର୍ଷର ନାବାଳକ ଖେଳୁଥିବାବେଳେ କୁମ୍ଭୀର ହାବୁଡରେ ପଡିଥିଲା । କୁମ୍ଭୀରଟି ବାଳକଟିକୁ ଗିଳି ଦେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ବାଳକଟିକୁ କୁମ୍ଭୀର ମଝି ନଈକୁ ଟାଣି ନେବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଘଟଣାସ୍ଥଳରେ ପହଞ୍ଚି ଜାଲ ବିଛାଇ ଓ ବାଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ଧରିବାରେ ସମର୍ଥ ହୋଇଥିଲେ । ପିଲାକୁ କୁମ୍ଭୀର ପେଟରୁ ଜୀବନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଲେ ବାଳକଟିର ମୃତଦେହ କୁମ୍ଭୀର ପେଟରୁ ନୁହେଁ ନଦୀରୁ ଉଦ୍ଧାର ହୋଇଥିଲା ।

ପିଲା ବଞ୍ଚିଥିବା ନେଇ ଦାବି କରିଥିଲେ ଗ୍ରାମବାସୀ..

କୁମ୍ଭୀର ପେଟରେ ପିଲାଟି ବଞ୍ଚିଥିବା ନେଇ ଗାଁଲୋକ ଦାବି କରିଥିଲେ । ତେଣୁ କୁମ୍ଭୀରକୁ କାବୁ କରି ପାଟିରେ ଏକ ବଡ ବାଡି ରଖି ବାନ୍ଧି ପିଲାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଉଦ୍ଧାରକାରୀ ଦଳ କୁମ୍ଭୀରଟିକୁ ଗାଁ ଲୋକଙ୍କ କବଳରୁ ମୁକ୍ତ କରିବାକୁ ଚାହିଁଥିଲେ ବି ସେମାନେ ରାଜି ହୋଇନଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଉଦ୍ଧାରକାରୀ ଦଳଙ୍କୁ କୌଣସି ପ୍ରକାରର ସହାୟତା କରିନଥିଲେ।

ନଦୀରୁ ମିଳିଳା ବାଳକଟିର ମୃତଦେହ....

ଅଘଟଣକୁ ଘଣ୍ଟା ଘଣ୍ଟା ବିତିବା ପରେ ମଙ୍ଗଳବାର ନଦୀରୁ ବାଳକଟିର ମୃତଦେହ ଉଦ୍ଧାର ହାେଇଥିଲା । ମୃତଦେହରେ କ୍ଷତବିକ୍ଷତ ଦେଖିବାକୁ ମିଳିଥିଲା । ପିଲାଟି ଖେଳୁ ଖେଳୁ ପାଣି ପିଇବା ପାଇଁ ନଦୀକୁ ପଳାଇଥିଲା । ଛକି ବସିଥିବା କୁମ୍ଭୀର ପିଲା ଉପରକୁ ଆକ୍ରମଣ କରିଥିଲା ।

ଏନେଇ ରଘୁନାଥପୁର ଥାନା ଏସପି ସୈତେନ୍ଦ୍ର ସିଂ ତୋମାର କହିଛନ୍ତି, ଏହା ଏଖ ଦୁଃଖଦ ଘଟଣା । କୁମ୍ଭୀରଟି ବାଳକଟିକୁ ଗିଳି ଦେଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବହୁ ବୁଝାସୁଝା ପରେ ଗାଁ ଲୋକେ ବନ୍ଧକ କରି ରଖିଥିବା ଉକ୍ତ କୁମ୍ଭୀରଟିକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.