ETV Bharat / bharat

ଇଫକୋ ପ୍ଲାଣ୍ଟରେ ଫାଟିଲା ବଏଲର, ଜଣେ ମୃତ

author img

By

Published : Mar 23, 2021, 4:52 PM IST

ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ଇଫକୋ ପ୍ଲାଣ୍ଟରେ ବଏଲର ବିସ୍ଫୋରଣ । ଜଣେ କର୍ମଚାରୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଇଫୋକା ପ୍ଲାଣ୍ଟରେ ଫାଟିଲା ବୟଲର, ଜଣେ ମୃତ
ଇଫୋକା ପ୍ଲାଣ୍ଟରେ ଫାଟିଲା ବୟଲର, ଜଣେ ମୃତ

ଲକ୍ଷ୍ନୌ: ସାର ପ୍ରସ୍ତୁତକାରୀ ଇଫକୋ ପ୍ଲାଣ୍ଟରେ ଫାଟିଲା ବଏଲର । ଉତ୍ତରପ୍ରଦେଶର ପ୍ରୟାଗରାଜ ଫୁଲପୁର ସ୍ଥିତ ଇଫକୋ କମ୍ପାନୀର ପ୍ଲାଣ୍ଟରେ ମଙ୍ଗଳବାର ଏହି ଅଘଟଣ ଘଟିଛି । ଏଥିରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଏ ଯାଏଁ ମୃତାହତଙ୍କ ବାବଦରେ ଅଧିକାରୀ କୌଣସି ସୂଚନା ଦିଆଯାଇ ନାହିଁ । ଦୁର୍ଘଟଣାରେ ଆହତଙ୍କୁ ଇଫକୋ ପରିସର ମଧ୍ୟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ତଦନ୍ତ ଆରମ୍ଭ କରାଯାଇଛି ।

ଦେଶରେ ୟୁରିଆ ସାର ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀମାନଙ୍କ ମଧ୍ୟରୁ ଇଫକୋ ଅନ୍ୟତମ । ପ୍ରୟାଗରାଜରେ ଥିବା ଇଫକୋ ପ୍ଲାଣ୍ଟରେ କାମ ଚାଲୁଥିବା ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ୍ ଉଚ୍ଚ ଶବ୍ଦ ସହ ବଏଲର ଫାଟିଥିଲା । ଯଦ୍ବାରା ଆଖପାଖରେ କାମ କରୁଥିବା ଅନେକ କର୍ମଚାରୀ ଆହତ ହୋଇଥିଲେ । ଏହି ଅଘଟଣ ପରେ ତତକ୍ଷଣାତ୍ ପ୍ଲାଣ୍ଟଟିକୁ ବନ୍ଦ କରାଯାଇଛି । ପୂର୍ବରୁ ଗତ ଡିସେମ୍ବର 22 ତାରିଖ ବିଳମ୍ବିତ ରାତ୍ରିରେ ମଧ୍ୟ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ କାରଣରୁ ଦୁଇ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିଲା । ତେବେ ପ୍ଲାଣ୍ଟରେ ସୁରକ୍ଷା ବ୍ୟବସ୍ଥା କୋହଳ କାରଣରୁ ବାରମ୍ବାର ଏମିତି ବଡ ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.