ETV Bharat / bharat

ବ୍ରିଟେନକୁ ଭାରତର ପାଲଟା ଜବାବ, 10ଦିନ କ୍ବାରେଣ୍ଟାଇନରେ ରହିବେ UK ଫେରନ୍ତା

author img

By

Published : Oct 1, 2021, 7:14 PM IST

ଭ୍ୟାକ୍ସିନର ଡବଲ ଡୋଜ ନେଇଥିଲେ ସୁଦ୍ଧା ଭାରତ ଆସିଲେ ବ୍ରିଟେନ ନାଗରିକଙ୍କୁ 10 ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । 4 ଅକ୍ଟୋବରରୁ ଲାଗୁହେବ ଏହି ନୂଆ ନିୟମ । ଅଧିକ ପଢନ୍ତୁ...

ବ୍ରିଟେନକୁ ଭାରତର ପାଲଟା ଜବାବ, 10 ଦିନ କ୍ବାରେଣ୍ଟାଇନରେ ରହିବେ UK ଫେରନ୍ତା

ନୂଆଦିଲ୍ଲୀ: ବିବାଦର ରୂପ ନେଇଛି ଭ୍ୟାକ୍ସିନ ସାର୍ଟିଫିକେଟ । ବ୍ରିଟେନକୁ ପାଲଟା ଜବାବ ଦେଇଛି ଭାରତ । ଭ୍ୟାକ୍ସିନର ଡବଲ ଡୋଜ ନେଇଥିଲେ ସୁଦ୍ଧା ଭାରତ ଆସିଲେ ବ୍ରିଟେନ ନାଗରିକଙ୍କୁ 10 ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ତେବେ 4 ଅକ୍ଟୋବରରୁ ଲାଗୁ ହେବ ଏହି ନୂଆ ଆଦେଶ । ଏହାପୂର୍ବରୁ ବ୍ରିଟେନ ମଧ୍ୟ ଭାରତୀୟ ନାଗରିଙ୍କ ପାଇଁ ସମାନ ଆଦେଶ ଜାରି କରିଥିଲା ।

କୋରୋନା ଭ୍ୟାକ୍ସିନକୁ ନେଇ ଭାରତ ଓ ବ୍ରିଟେନ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଛି । ବ୍ରିଟେନ ଭାରତର କୋରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ଦେଉନାହିଁ । ତେବେ ପରେ ଯେବେ ଭାରତ କଠୋର ଆଭିମୁଖ୍ୟ ଆପଣାଇବା ଆରମ୍ଭ କରିଥିଲା, ସେତେବେଳେ କେବଳ କୋଭିସିଲ୍ଡକୁ ମାନ୍ୟତା ଦେଇଥିଲା ବ୍ରିଟେନ । ହେଲେ ଭାରତରୁ ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କୁ 10 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବାକୁପଡିବ ବୋଲି ଆଦେଶ ଜାରି କରିଥିଲେ ୟୁକେ ସରକାର ।

ଭାରତ ସରକାରଙ୍କ ଆଦେଶ ଅନୁଯାୟୀ, ଏବେ ବ୍ରିଟେନ ଫେରନ୍ତା ତଥା ୟୁକେ ନଗରିକ ଟୀକାକରଣ ହୋଇଥାଉ କି ନହୋଇଥାଉ, ସେମାନଙ୍କୁ 10 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବାକୁପଡିବ । ସେହିପରି ଯାତ୍ରାର 72 ଘଣ୍ଟା ପୂର୍ବରୁ କୋଭିଡ RT-PCR ପରୀକ୍ଷା ମଧ୍ୟ କରାଇବାକୁ ହେବ । ଭାରତ ଆସିବାର 8 ଦିନ ପରେ ମଧ୍ୟ ଆରଟିପିସିଆର ଟେଷ୍ଟ କରାଇବାକୁ ପଡିବ ।

ଭାରତର ଭ୍ୟାକ୍ସିନକୁ ବ୍ରିଟେନ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ଦେଇନାହିଁ । ଏହାପୂର୍ବରୁ ଭ୍ୟାକ୍ସିନ ନୀତିରେ ପରିବର୍ତ୍ତନ ଆଣିବାକୁ ବ୍ରିଟେନକୁ ଚେତାବନୀ ଦେଇଥିଲା ଭାରତ । ଭ୍ୟାକ୍ସିନ ନିୟମକୁ ନେଇ ବ୍ରିଟେନର ନୂଆ ଗାଇଡଲାଇନରେ ଲେଖାଅଛି ଯେ ଆଷ୍ଟ୍ରାଜେନେକା କୋଭିସିଲ୍ଡ, ମଡର୍ଣ୍ଣାର ଫର୍ମ୍ୟୁଲେସନକୁ ମାନ୍ୟତା ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଯେ କୋଭିସିଲ୍ଡର ଦୁଇଟିଯାକ ଡୋଜ୍‌ ନେଇଥିବା ଯାତ୍ରୀଙ୍କୁ ଏବେ ବି ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ଟିକା ନୀତି ବିଷୟରେ ଭାରତ ବ୍ରିଟେନକୁ ଚେତାବନୀ ଦେଇଥିଲା । ବୈଦେଶିକ ସଚିବ ହର୍ଷବର୍ଦ୍ଧନ କହିଥିଲେ, ଯଦି ଅକ୍ଟୋବର 4ସୁଦ୍ଧା ଭାରତର ସମସ୍ୟାର ସମାଧାନ ନହୁଏ, ତେବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ନିଆଯିବ। ବ୍ରିଟେନର ଏହି ନୀତିକୁ ଭେଦଭାବ ବୋଲି କହିଥିଲେ ବୈଦେଶିକ ସଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.