ETV Bharat / bharat

ସୁରତ ବିମାନବନ୍ଦରରୁ 1KG ସୁନା ଜବତ, ଦୁଇ ମହିଳା ଗିରଫ

author img

By

Published : Mar 14, 2023, 10:48 PM IST

ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କିଲୋଗ୍ରାମର ସୁନା ଜବତ ହୋଇଛି । ଦୁଇ ମହିଳା ବିଦେଶରୁ ସୁରତ ନେଇ ଆସୁଥିବାବେଳେ ଧରାପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

illegal gold seized in Surat airport
ସୁରତ ବିମାନବନ୍ଦରରୁ ସୁନା ଜବତ

ଗାନ୍ଧୀନଗର: ଦିନକୁ ଦିନ ବେଆଇନ ସୁନା ଚାଲାଣ ବୃଦ୍ଧି ପାଉଛି । ବିମାନ ଯୋଗେ ସୁନା ଚାଲାଣ କରୁଛନ୍ତି ମାଫିଆ । ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରମାଗତ ଭାବେ ବେଆଇନ ସୁନା ଚାଲାଣ ଘଟଣା ସାମ୍ନାକୁ ଆସୁଛି । ବିଗତ ଦିନରେ ବିଶେଷ କରି ଶାହାଜାହାନ ବିମାନରେ ଲକ୍ଷଲକ୍ଷ ଟଙ୍କାର ସୁନା ଚାଲାଣ ହେଇଥିବା ସାମ୍ନାକୁ ଆସିଥିଲା । ଏହି କ୍ରମରେ ଶାହାଜାହାନ ବିମାନରୁ ପୁଣି ଥରେ ବେଆଇନ ସୁନା ଜବତ ହୋଇଛି । ବିମାନବନ୍ଦରରେ ଦୁଇ ମହିଳାଙ୍କ ଠାରୁ କଷ୍ଟମ ଅଧିକାରୀମାନେ ଏକ କିଲୋଗ୍ରାମର ସୁନା ଜବତ କରିଛନ୍ତି ।

ବିମାନବନ୍ଦରରୁ ଅତିକ୍ରମ କରୁଥିବା ସମୟରେ ଦୁଇ ମହିଳା ବୁର୍ଖା ପିନ୍ଧିଥିଲେ । ଏହାପରେ ସନ୍ଦେହଜନକ ଭାବେ କଷ୍ଟମ ଅଧିକାରୀମାନେ ତାଙ୍କର ଯାଞ୍ଚ କରିଥିଲେ । ଏହି ସମୟରେ ସେମାନଙ୍କ ପାଖରୁ ଏକ କୋଲିଗ୍ରାମ ସୁନା ମିଳିଥିଲା । ଉକ୍ତ ଦୁଇ ଜଣ ବିଦେଶୀ ମହିଳା ଥିବା ସୂଚନା ମିଳିଛି । କଷ୍ଟମ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଉଭୟେ କାହିଁକି ସୁନା ନେଇ ସୁରତ ଆସୁଥିଲେ, ସେନେଇ ତଦନ୍ତ କରାଯାଉଛି । ପ୍ରତିଦିନ ବେଆଇନ ଭାବେ ସୁନା ଚୋରା ଚାଲାଣ ଘଟଣା ସାମ୍ନାକୁ ଆସୁଛି । ଏଥିପାଇଁ ଚାଲାଣକାରୀମାନେ ଭିନ୍ନ ଭିନ୍ନ ଉପାୟ ବାଛୁଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁରତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି । ତେବେ ଏହି ଘଟଣାରେ ଦୁଇ ମହିଳାଙ୍କୁ ଗିରଫ କରାଯାଇଛି ।

ସୂଚନା ଥାଉକି, ନିକଟରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪ଟି ସୁନା ବିସ୍କୁଟ ଜବତ ହୋଇଥିଲା । ଅନ୍ତର୍ଜାତୀୟ ବିମାନର ଶୌଚାଳୟରୁ କଷ୍ଟମ ଅଧିକାରୀମାନେ ସୁନା ବିସ୍କୁଟ ଜବତ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ହେବ ବୋଲି ସୂଚନା ମିଳିଛି । ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଯାଉଥିବା ଏକ ବିମାନକୁ ହଠାତ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହା ପୂର୍ବରୁ ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ୨ ନମ୍ବର ଟର୍ମିନାଲରେ ତାର ଆଭ୍ୟନ୍ତରୀଣ ଉଡ଼ାଣ ଶେଷ କରିସାରିଥିଲା । ଯାଞ୍ଚ ବେଳେ କଷ୍ଟମ ଅଧିକାରୀମାନେ ବିମାନର ଶୌଚାଳୟରେ ଲାଗିଥିବା ସିଙ୍କ ତଳେ ଅଠା ସାହାଯ୍ୟରେ ଲଗାଯାଇଥିବା ଏକ ଧୂସର ରଙ୍ଗର ପ୍ୟାକେଟ ପାଇଥିଲେ । ସେଥିରୁ ୪ଟି ଆୟତାକାର ସୁନା ବିସ୍କୁଟ ଜବତ କରାଯାଇଥିଲା । ଯାହାର ଓଜନ ପ୍ରାୟ ୩୯୬୯ ହେବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.