ETV Bharat / snippets

ଝରଣାକୁ ଗାଧେଇବା ଯିବା ହେଲା କାଳ, ପାଣିରେ ବୁଡି ଯୁବକ ମୃତ-Youth Drown To Death

author img

By ETV Bharat Odisha Team

Published : Jun 7, 2024, 10:36 PM IST

ପାଣିରେ ବୁଡି଼ ଯୁବକ ମୃତ
ପାଣିରେ ବୁଡି଼ ଯୁବକ ମୃତ (ETV Bharat Odisha)

ରାୟଗଡ଼ା: ଜଳପ୍ରପାତକୁ ଗାଧୋଇ ଯିବା ଯୁବକଙ୍କ ପାଇଁ ହେଲା କାଳ । ଯୁବକ ଜଣଙ୍କ ନିଜର 4 ଜଣ ସାଙ୍ଗଙ୍କ ସହ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ପ୍ରଶିଦ୍ଧ ଶୈବପୀଠ ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ବଡ ଗଦଗଦା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ । ଯୁବକ ଗଭୀର ଜଳପ୍ରପାତ ମଝିକୁ ଡେଇଁଥିଲେ । ଦୀର୍ଘ ସମୟ ପରେ ପାଣିରୁ ନ ବାହାରିବାରୁ ସାଙ୍ଗମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଦୀର୍ଘ 5 ଘଣ୍ଟାର ପରିଶ୍ରମ ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଯୁବକଙ୍କ ନାକରେ ଗଭୀର ଆଘାତ ହୋଇଥିବାରୁ ସେ ପାଣିରେ ପଡିଯାଇ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ମୃତଦେହକୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.