ETV Bharat / snippets

ମୁହାଁମୁହିଁ ପିଟି ହେଲେ ଟେମ୍ପୋ- କାର, 8 ଗୁରୁତରଙ୍କ ମଧ୍ୟରେ 3 ଶିଶୁ

author img

By ETV Bharat Odisha Team

Published : Jun 25, 2024, 8:03 AM IST

ଟେମ୍ପୋ ଓ କାର ମୁହାଁମୁହିଁ ଧକ୍କାରେ ୮ଜଣ ଗୁରୁତର
ଟେମ୍ପୋ ଓ କାର ମୁହାଁମୁହିଁ ଧକ୍କାରେ ୮ଜଣ ଗୁରୁତର (ETV Bharat Odisha)

ରାଇରଙ୍ଗପୁର: ଟେମ୍ପୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ 8ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି । ବିପରୀତ ଦିଗରୁ ଆସୁଥିବା ବେଳେ କୌଣସି କାରଣରୁ ଉଭୟ ଗାଡି ମୁହାଁମୁହିଁ ପିଟି ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏବେ ସମସ୍ତ ଗୁରୁତର ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି l ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ଘଟଣାସ୍ଥଳରେ ବାଙ୍ଗିରିପୋଷି ଥାନା ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.