ETV Bharat / snippets

ଖୋଲିଲା ସ୍କୁଲ, ଖାଲି ଶିକ୍ଷକ ପଦବୀ ପୂରଣ କରିବାକୁ ‘ଓଷ୍ଟା’ର ଦାବି

author img

By ETV Bharat Odisha Team

Published : Jun 23, 2024, 9:08 AM IST

ଖୋଲିଲା ସ୍କୁଲ, ଖାଲି ଶିକ୍ଷକ ପଦବୀ ପୂରଣ କରିବାକୁ ଓସ୍ତାର ଦାବି
ଖୋଲିଲା ସ୍କୁଲ, ଖାଲି ଶିକ୍ଷକ ପଦବୀ ପୂରଣ କରିବାକୁ ଓସ୍ତାର ଦାବି (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ସ୍କୁଲ ଖୋଲିଛି । ପିଲାମାନେ ନୂତନ ଶିକ୍ଷାବର୍ଷ ପାଇଁ ପାଠ ମଧ୍ୟ ବଢ଼ିବେ । ତେବେ ଶିକ୍ଷକ ଅଭାବ ଯୋଗୁଁ ଅନେକ ସ୍କୁଲରେ ସଠିକ ଭାବରେ ଶିକ୍ଷାଦାନ ହୋଇପାରୁନାହିଁ । ତେବେ ଏନେଇ ‘ଓଷ୍ଟା’ର ପକ୍ଷରୁ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଳମ୍ବ ଦେଖାଯାଉଥ‌ିବାରୁ ଏଥିପ୍ରତି ସରକାର ଧ୍ୟାନ ଦେବାକୁ ଦାବି କରାଯାଇଛି । ଏହାସହ ରାଜ୍ୟ ସରକାର ଶିକ୍ଷକ ବଦଳି ପ୍ରକ୍ରିୟାକୁ ତ୍ବରାନ୍ବିତ ଓ ସ୍ଵଚ୍ଛ କରିବା ଲାଗି ଅନ୍‌ଲାଇନ୍ ପଦ୍ଧତି ଆପଣାଇଥିଲେ । କିନ୍ତୁ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିନାହିଁ । ଏପରିକି ପୂର୍ବ ଶିକ୍ଷାବର୍ଷର ବଦଳି ପ୍ରକ୍ରିୟା ଏଯାଏଁ ଶେଷ ହୋଇନି । ବଦଳି ହେବାର ସମସ୍ତ ଯୋଗ୍ୟତା ଥିଲେ ବି ନିରାଶ ହେଉଛନ୍ତି । ସେଥ‌ିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.