ETV Bharat / snippets

ପୁରୀ ବାଣ ବିସ୍ଫୋରଣ ଘଟଣା, 8କୁ ବଢିଲା ମୃତ୍ୟୁ ସଂଖ୍ୟା - PURI CRACKER TRAGEDY

author img

By ETV Bharat Odisha Team

Published : Jun 1, 2024, 12:24 PM IST

PURI CRACKER BLAST TRAGEDY
PURI CRACKER BLAST TRAGEDY (ETV Bharat Odisha)

ଭୁବନେଶ୍ବର: ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଶୁକ୍ରବାର ସୁଦ୍ଧା 7ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଆଖି ବୁଜିଛନ୍ତି । ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ମୋଟ 22 ଜଣ ଆହତ ଭୁବନେଶ୍ବର ଏବଂ କଟକର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ବିଷୟ ଉପରେ ନଜର ରଖାଯାଇଥିବା କଥା କୁହାଯାଇଛି । ପ୍ରକାଶଥାଉକି, ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ଗତ ବୁଧବାର ରାତିରେ ବାଣ ଦୁର୍ଘଟଣା ହୋଇଥିଲା । ପୁରୀ ଜିଲ୍ଲାପାଳ ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.