ETV Bharat / snippets

ପୁରୀ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ଆଉ ଜଣେ ଆହତ, ୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

author img

By ETV Bharat Odisha Team

Published : May 31, 2024, 2:08 PM IST

Puri cracker blast
Puri cracker blast (ETV Bharat Odisha)

ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ । ଏହି ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ ପୁରୀ ଜିଲ୍ଲାପାଳ ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ତେବେ ଏବେସୁଦ୍ଧା ଏହି ଘଟଣାରେ ୨୬ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଜର ରଖାଯାଇଛି ବୋଲି ଏସଆରସି ପକ୍ଷରୁ ଚିଠି କରାଯାଇଛି । ବୁଧବାର ଦିନ ରାତିରେ ପୁରୀ ନରେନ୍ଦ୍ର ପୋଖରୀରେ ଚାପଖେଳ ସମୟରେ ଏହି ବାଣ ବିସ୍ଫୋରଣ ଘଟିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.