ରାୟଗଡ଼ା: ଝାଡାବାନ୍ତିରେ ଗଲା ଜୀବନ । ରାୟଗଡ଼ା କାଶିପୁର ବ୍ଲକଶଙ୍କରଡା ପଞ୍ଚାୟତ ରାଉଳି ଗ୍ରାମରେ ୧୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ । ଏଥିରେ ଜଣକର ମୃତ୍ୟୁ ଘଟିଛି । ସେହିପରି ଉକ୍ତ ଗ୍ରାମର ଅନେକ ଆକ୍ରାନ୍ତ ଟିକିରି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କାଶିପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ 2ଜଣ ଚିକିତ୍ସିତ ହେଉଛନ୍ତି । ଗତକାଲି ସକାଳେ ମିଞ୍ଜାଇ ମାଝୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଛି । ସେପଟେ ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଗାଁରେ ସ୍ଥିତି ନିୟନ୍ତ୍ରଣ ଥିବା ଜଣାପଡିଛି । ରାଉଳି ଗାଁରେ ଆହୁରି ୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ରାୟଗଡ଼ା ସିଡିଏମଓ ଲାଲମୋହନ ରାଉତରାୟ ସୂଚନା ଦେଇଛନ୍ତି । ଅପରପକ୍ଷେ ଗତକାଲି ମୃତ୍ୟୁବରଣ କରିଥିବା ମିଞ୍ଜାଇ ମାଝୀ ବୟସାଧିକ କାରଣରୁ ମୃତ୍ୟୁବରଣ କରିଥିବା କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନେତ୍ରାନନ୍ଦ ନାୟକ ପ୍ରକାଶ କରିଛନ୍ତି ।
ଇଟିିଭି ଭାରତ, ରାୟଗଡ଼ା