ETV Bharat / snippets

ଅଗଷ୍ଟ ୧୭ରେ ହେବ OTET ପରୀକ୍ଷା, ଜାଣନ୍ତୁ କେମିତି ଡାଉନଲୋଡ କରିବେ ଆଡ଼ମିଟକାର୍ଡ

author img

By ETV Bharat Odisha Team

Published : Aug 12, 2024, 3:21 PM IST

Odisha Teacher Eligibility Test  Admit Card 2024
Odisha Teacher Eligibility Test Admit Card 2024 (ETV Bharat Odisha)

କଟକ: ଆସନ୍ତା ୧୭ ତାରିଖରେ ହେବ ୨୦୨୪ ମସିହାର OTET ପରୀକ୍ଷା । 2ଟି ପେପର ପରୀକ୍ଷା 2ଟି ସିଟିଂରେ କରାଯିବ । ପେପର-୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସକାଳ ୧୧.୩୦ରେ ଶେଷ ହେବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪.୩୦ରେ ଶେଷ ହେବ । ପେପର-୧ରେ ୩୪ ହଜାର ୧୧୬ ଜଣ ପରୀକ୍ଷାର୍ଥୀ ଏବଂ ପେପର-୨ରେ ୧ ଲକ୍ଷ ୭ ହଜାର ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସାରା ରାଜ୍ୟରେ ୪୩୦ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ଼ମିଟକାର୍ଡ ବୋର୍ଡ ୱେବ ସାଇଟରୁ ଡାଉନଲୋଡ କରିପାରିବେ । www. bseodisha.ac.in ୱେବ ସାଇଟରୁ ପରୀକ୍ଷାର୍ଥୀମାନେ ଆଡ଼ମିଟକାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.