ଭୁବନେଶ୍ବର: କୃଷି ତଥା ଆନୁଷଙ୍ଗିକ କାର୍ଯ୍ୟ ପାଇଁ ରାଜ୍ୟର ଚାଷୀମାନଙ୍କୁ ବିଭିନ୍ନ ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଋଣର ବକେୟା ୨୦୨୪ ମାର୍ଚ୍ଚ ୨୧ ସୁଦ୍ଧା ୭୯୦୨୫.୭୫ କୋଟି ରହିଛି । ଚାଷୀକୂଳକୁ ଋଣମୁକ୍ତ କରିବା ଓ ୱାନ ଟାଇମ୍ ସେଟେଲମେଣ୍ଟ କରି ସମ୍ପୂର୍ଣ୍ଣ ଋଣ ଛାଡ଼ କରିବାର କୌଣସି ପ୍ରସ୍ତାବ ବର୍ତ୍ତମାନ ବିଭାଗରେ ବିଚାରାଧୀନ ନାହିଁ । ୱାନ ଟାଇମ୍ ସେଟେଲମେଣ୍ଟର ନିଷ୍ପତ୍ତି ପ୍ରତ୍ୟେକ ବ୍ୟାଙ୍କର ପରିଚାଳନା ପରିଷଦର ନିଜସ୍ବ ନିଷ୍ପରି । ଏହି ନିଷ୍ପତ୍ତି ସମବାୟ ବିଭାଗର ଅଧିକାର ପରିସରଭୁକ୍ତ ନୁହେଁ । ବିଭାଗ କେବଳ ସମବାୟ ବ୍ୟାଙ୍କ ଏବଂ ସମବାୟ ସମିତି ପାଇଁ ୱାନ ଟାଇମ୍ ସେଟେଲମେଣ୍ଟର ମାର୍ଗଦର୍ଶିକା ଜାରି କରିପାରିବ ଏବଂ ଏହା ଅନୁଯାୟୀ ୱାନ ଟାଇମ୍ ସେଟେଲମେଣ୍ଟ ଲାଗୁ କରିବାର ଚୂଡାନ୍ତ ନିଷ୍ପରି ପ୍ରତ୍ୟେକ ସମବାୟ ବ୍ୟାଙ୍କ ବା ସମିତିର ପରିଚାଳନା ପରିଷଦ ନେଇପାରିବେ । ଏହି ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ।
ଛାଡ ହେବନି କୃଷି ଋଣ, ଗୃହରେ ଉତ୍ତର ରଖିଲେ ସମବାୟ ମନ୍ତ୍ରୀ
Published : Jul 31, 2024, 6:12 PM IST