ଭୁବନେଶ୍ୱର: ଆସନ୍ତା ୧୮ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ରହିଛି । ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ/କେନ୍ଦ୍ରୀୟ ରୋଷେଇ ଏଜେନ୍ସିଗୁଡ଼ିକର ଅପାରଗତା ହେତୁ କୌଣସି ଛାତ୍ରଛାତ୍ରୀ ତାଙ୍କ ଅଧିକାରରୁ ବଞ୍ଚିତ ହେବେ ନାହିଁ । ତେଣୁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯିବ। ଏନେଇ ଏକ ସୁରକ୍ଷିତ MDM ନିଶ୍ଚିତ କରିବାକୁ ବିସ୍ତୃତ ଭାବରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଖୋଲିବ ସ୍କୁଲ, କ୍ୟାମ୍ପସକୁ ପରିଷ୍କାର କରିବାକୁ ଆସିଲା ନିର୍ଦ୍ଦେଶ
ଇଟିଭି ଭାରତ, ଭୁବନେଶ୍ୱର