ETV Bharat / snippets

ଖାଇ ସାରି ମାଆ ପୁଅ ଶୋଇଲେ, ସକାଳୁ ଉଠିଲା ବେଳକୁ ପୁଅକୁ ହତ୍ୟା- MURDER IN ROURKELA

author img

By ETV Bharat Odisha Team

Published : Jun 29, 2024, 10:50 PM IST

MURDER IN ROURKELA
MURDER IN ROURKELA (ETV Bharat Odisha)

ରାଉରକେଲା: ମାଆ ପୁଅ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା । ରାଉରକେଲାର ନୂଆଗାଁ ବ୍ଲକ ତଥା ବିଶ୍ରା ଥାନା ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତ ବଡ଼ାଇକ ଟୋଲି ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ। ବାଡ଼ାଇକ ଟୋଲିରେ ରହୁଥିବା ଜୟନ୍ତୀ ବଡ଼ାଇକ ଏବଂ ତାଙ୍କ ପୁଅ ବିଜୟ ବଡ଼ାଇକ (୩୧) ରାତିରେ ଖାଇସାରିବା ପରେ ଘର ବାରଣ୍ଡାରେ ୨ଟି ଖଟିଆରେ ମା ଓ ପୁଅ ଶୋଇଥିଲେ । ଆଜି ସକାଳେ ନିଦ ଭାଙ୍ଗିବା ପରେ ବିଜୟ ଶୋଇଥିବା ଖଟିଆ ତଳେ ମେଞ୍ଚା ମେଞ୍ଚା ରକ୍ତ ପଡ଼ିଥିବା ଦେଖିଥିଲେ ଜୟନ୍ତୀ । ରକ୍ତ ବୋହୁଥ‌ିବା ଦେଖି ଜୟନ୍ତୀଙ୍କ ଚିତ୍କାରରେ ପଡୋଶୀ ଆସି ସେଠାରେ ପହଞ୍ଚିଥିଲେ । ଖବର ପାଇ ବିଶ୍ରା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାଉରକେଲାରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଛନ୍ତି।

ଇଟିଭି ଭାରତ, ରାଉରକାଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.