ETV Bharat / snippets

ରେଜଲ୍ଟକୁ ନେଇ ନବୀନଙ୍କ ପ୍ରତିକ୍ରିୟା, ଦଳ ମତ ନିର୍ବିଶେଷରେ ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Jun 4, 2024, 9:52 PM IST

Naveen On Result
Naveen On Result (ETV Bharat Odisha)

Naveen On Result: ଭୁବନେଶ୍ବର: ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜର ସୋସିଆଲ ମିଡିଆ (X) ହ୍ୟାଣ୍ଡେଲରେ ସେ ଉଲ୍ଲେଖ କରିଛନ୍ତି, "ଦଳମତ ନିର୍ବିଶେଷରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ।"

ଏହା ବି ପଢନ୍ତୁ...ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ, 24 ବର୍ଷ ପରେ ରାଜ୍ୟ ଦେଖିଲା କ୍ଷମତା ପରିବର୍ତ୍ତନ

ନିର୍ବାଚନୀ ଇତିହାସରେ ପ୍ରଥମ ଥର ନବୀନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ସେ ଯଦିଓ ଜିତିଛନ୍ତି କିନ୍ତୁ କଣ୍ଟାବାଞ୍ଜିରୁ ପରାସ୍ତ ହୋଇଛନ୍ତି । ବିଜେଡି ସନ୍ତୋଷଜନକ ପ୍ରଦର୍ଶନ କରିନଥିବାବେଳେ ବିଜେପିର ବଡ଼ ବିଜୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.