ETV Bharat / snippets

ବିପଦରେ ଦନ୍ତା, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀ ମୃତ !

author img

By ETV Bharat Odisha Team

Published : Aug 18, 2024, 7:02 PM IST

ELEPHANT DEATH IN RAIRAKHOL
ELEPHANT DEATH IN RAIRAKHOL (ETV Bharat Odisha)

ସମ୍ବଲପୁର: ରେଢ଼ାଖୋଲ ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ମୁଣ୍ଡବ୍ୟଥା କାରଣ ପାଲଟିଛି । ତେବେ ପୁଣି ନାକଟିଦେଉଳ-ରେଢ଼ାଖୋଲ ରାସ୍ତାର ଚହଟପଦା ଜଙ୍ଗଲରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । ଚହଟପଦା ଜଙ୍ଗଲରେ ଗତ (ଶନିବାର) ବିଳମ୍ବିତ ରାତିରେ ବିଦ୍ୟୁତ୍ ଆଘାତରେ ହାତୀଟିର ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ଆଜି (ରବିବାର) ସକାଳ ୮ ଟାରେ ବନ ବିଭାଗ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହେବ । ଘଟଣା ସ୍ଥଳକୁ ରେଢ଼ାଖୋଲ DFO ମଧ୍ୟ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.