ଢେଙ୍କାନାଳ: ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଛି । ହାତୀ ମଣିଷର ଏହି ଲଢେଇ ଥମିବାର ନା ଧରୁନି । ଏହା ଜିଲ୍ଲାରେ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ବିଶେଷ କରି ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରବ ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ବୁଧବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ହିନ୍ଦୋଳ ବନାଞ୍ଚଳ କୁମୁରସିଙ୍ଗା ଗ୍ରାମର ଧୁଳିଆ ଦଳେଇ (66) । ଧୁଳିଆ ବୁଧବାର ଖଜୁରିଆକଟା ହାଟକୁ ପରିବା ବିକ୍ରି କରି ନିଜ ସାଇକେଲରେ ଘରକୁ ଫେରିବା ବେଳେ ହାତୀ ସମ୍ମୁଖରେ ପଡ଼ିଥିଲେ ଏବଂ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳ ହିଁ ଧୁଳିଆଙ୍କର ମୃତ୍ୟୁ ହୋଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ବନ ବିଭାଗ ତରଫରୁ ପରିବାରବର୍ଗଙ୍କୁ ପ୍ରାଥମିକ ସହାୟତା ରାଶି ପ୍ରଦାନ କରାଯାଇଛି ।
ହାତୀ ଆକ୍ରମଣରେ ବୃଦ୍ଧ ମୃତ
Published : Jun 13, 2024, 7:34 AM IST