ଭୁବନେଶ୍ବର: କାଳିଆ ଯୋଜନା ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷିମନ୍ତ୍ରୀଙ୍କୁ ପ୍ରଶ୍ନ କରି କରିଥିଲେ ଯେ, ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ରାଶି ଆଗାମୀ ଦିନରେ ଜାରି ରହିବ ନା ନାହିଁ । ଯଦି ଜାରି ରହିବ, କେବେ ଏହାର ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପରି ନେଇଛନ୍ତି କି ? ଏହାର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇ ଦିଆଯିବ। ତେବେ ମନ୍ତ୍ରୀଙ୍କ ଏଭଳି ଉତ୍ତର, କାଳିଆ ଯୋଜନାର ଭବିଷ୍ୟତକୁ ନେଇ ଏବେ ବଡ଼ ଧରଣର ସନ୍ଦେହ ସୃଷ୍ଟି କରିଛି ।
ଇଟିଭି ଭାରତ, ଭୁବନେଶ୍ବର