ପୁରୀ: ଆସନ୍ତାକାଲି ବିଶ୍ୱ ଯୋଗ ଦିବସ । ଏହି ଅବସରରେ କୋଣାର୍କ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ଲକ୍ଷ୍ୟ କରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରର ସମୀକ୍ଷା କଲେ ପୁରୀ ଏଡିଏମ (ପ୍ରୋଟୋକଲ) ନୀଳମାଧବ ଭୋଇ, କମିଶନର କ୍ରୀଡ଼ା ଓ ଯୁବ ବ୍ୟାପାର ଅରବିନ୍ଦ ଅଗରୱାଲ । ସ୍ପେଶାଲ୍ ସେକ୍ରେଟାରୀ କ୍ରିଡ଼ା ଭିନେଲ୍ କ୍ରିଷ୍ଣା ସମେତ ଆସିଷ୍ଟାଣ୍ଡ ଡାଇରେକ୍ଟୋର ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଗୋପ ତହସିଲଦାର ରଞ୍ଜନ ପରିଡା, ଗୋପ ବିଡିଓ ଛବିରାଣୀ ସାହୁ ସମେତ ଅନ୍ୟାନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚି କୋଣାର୍କ ମନ୍ଦିର ସମୀକ୍ଷା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, ପୁରୀ