ETV Bharat / snippets

ଶ୍ବଶୁର ଘରେ ମାମୁଁ ପୁଅର ହତ୍ୟା, କାରଣ କହିଲା ହତ୍ୟାକାରୀ

author img

By ETV Bharat Odisha Team

Published : Jun 21, 2024, 7:33 AM IST

Mayurbhanj Murder
Mayurbhanj Murder (ETV Bharat Odisha)

ରାଇରଙ୍ଗପୁର: ଶ୍ୱଶୁର ଘରେ ମାମୁଁ ପୁଅକୁ ହତ୍ୟା କଲା ସାନଭାଇ । ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମରେ ଗୁରୁବାର ଘଟିଛି ଏହି ହତ୍ୟାକାଣ୍ଡ । ହାଣ୍ଡିଫୁଟା ଗ୍ରାମର ମୁରଲୀ ଗିରିଙ୍କ ଝିଅ ୭ବର୍ଷ ତଳେ ବୌଦ୍ଧ ଜିଲ୍ଲା ଚମ୍ପାଗାଁ ଗ୍ରାମର ଅନିଲ ପେରାଙ୍କୁ ବିବାହ କରିଥିଲେ । ରଜପର୍ବ ପାଇଁ ଅନିଲ ନିଜ ସାନ ଭାଇ ପରମିଲ ଓ ମାମୁଁ ପୁଅ ଭାଇ ନୀଳାଞ୍ଚଳକୁ ନେଇ ଶ୍ୱଶୁର ଘରକୁ ଆସିଥିଲେ । ଗୁରୁବାର ମାମୁଁପୁଅ ନୀଳାଞ୍ଚଳ ଘରେ ଶୋଇ ମୋବାଇଲ ଦେଖୁଥିବା ବେଳେ ପରମିଲ ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ନିଳାଞ୍ଚଳର ମୃତ୍ୟୁ ଘଟିଥିଲା । ମୃତକ ବୌଦ୍ଧ ଜିଲ୍ଲା ଚମ୍ପାମାଳର ବିଶ୍ୱମ୍ବର ପେରାଙ୍କ ପୁଅ ନୀଳାଞ୍ଚଳ ପେରା । ହତ୍ୟାକାରୀର କହିବାନୁଯାୟୀ, ନୀଳାଞ୍ଚଳ ଭାଉଜ, ଭଉଣୀ, ମା'କୁ ସବୁବେଳେ ଖରାପ ନଜରରେ ଦେଖୁଥିବାରୁ ତାକୁ ହତ୍ୟା କରିଛି । ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.