ETV Bharat / snippets

ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି -Odisha Lok Sabha Election Results 2024

ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି
ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 3:16 PM IST

ଗଞ୍ଜାମ: ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼ । ବର୍ତ୍ତମାନର ଟ୍ରେଣ୍ଡକୁ ଦେଖିଲେ, ବିଜେଡିର ଅଭେଦ୍ୟ ଗଞ୍ଜାମ ଗଡ଼ ଭେଦ କରିବାରେ ସଫଳ ହେଉଛି ବିଜେପି । ଜିଲ୍ଲାର ସମୁଦାୟ ୧୩ଟି ଆସନରୁ ବିଜେପି ୧୧ଟି ଆସନରେ ଲିଡ୍ କରୁଥିବାବେଳେ କେବଳ ଦୁଇଟିରେ ବିଜେଡି ଆଗୁଆ ଅଛି । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆସ୍କାରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ ଆଗୁଆ ଅଛନ୍ତି । ଅନ୍ୟ ୧୧ଟି ଆସନ ଯଥା- ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ସୋରଡା, ଛତ୍ରପୁର, ସାନଖେମୁଣ୍ଡି, ବ୍ରହ୍ମପୁର, ଦିଗପହଣ୍ଡି, ଗୋପାଳପୁର, ଚିକିଟି ଏବଂ ଭଞ୍ଜନଗରରେ ବିଜେପି ପ୍ରାର୍ଥୀ ଲିଡ୍ କରୁଛନ୍ତି । ବ୍ରହ୍ମପୁର ଏବଂ ଆସିକା ଲୋକସଭା ଆସନରେ ମଧ୍ୟ ବିଜେପି ଆଗୁଆ ରହିଛି । କହିରଖୁଛୁ କି, ଗତ ୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ବିଜେଡି ୧୨ଟି ଜିତିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.