ETV Bharat / snippets

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସାମୟିକ ସମୟ ପାଇଁ ଟ୍ରେନ ଚଳାଚଳ ଠପ୍

JAPAN EARTH QUAKE
JAPAN EARTH QUAKE (ETV Bharat)
author img

By ETV Bharat Odisha Team

Published : Jun 3, 2024, 9:13 AM IST

ଟୋକିଓ: ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ସୋମବାର ସକାଳ ପାଖାପାଖି ୬ଟା ୩୧ରେ ଉତ୍ତର ମଧ୍ୟ ଜାପାନର ଇସିକାଓ୍ବା ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ସ୍ଥଳଭାଗଠାରୁ ୧୦ କିଲୋମିଟର ତଳେ ହୋଇଥିବା କୁହାଯାଇଛି ।

ଅନ୍ୟପଟେ ଏବେସୁଦ୍ଧା ଭୂକମ୍ପ ପ୍ରଭାବରେ ସୁନାମୀ ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ମଧ୍ୟ ଆକଳନ କରାଯାଇନାହିଁ । ତେବେ ଭୂକମ୍ପ ଯୋଗୁ ପୂର୍ବ ଜାପାନ ରେଲଓ୍ବେ ପକ୍ଷରୁ ସାମୟିତ ସମୟ ପାଇଁ ବୁଲେଟ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.