ETV Bharat / snippets

ଆତତାୟୀର ଆଖିବୁଜା ଗୁଳିମାଡ: ୫ ମୃତ, ଜଣେ ଆହତ

author img

By ETV Bharat Odisha Team

Published : Jun 26, 2024, 10:04 AM IST

AMERICA SHOOTING
AMERICA SHOOTING (ANI)

ୱାଶିଂଟନ: ଆମେରିକାର ଉତ୍ତର ଲାସ ଭେଗାସର ୨ଟି ଆପାର୍ଟମେଣ୍ଟରେ ଆତତାୟୀର ଆଖିବୁଜା ଗୁଳିମାଡ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ବର୍ଷୀୟା ନାବାଳିକା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋମବାର ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଆତତାୟୀ ଜଣକ ଆତଙ୍କରାଜ ଚଳାଇଥିବା ଜଣାପଡିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଆତତାୟୀ ନିଜକୁ ମଧ୍ୟ ଗୁଳି କରିଦେଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ୪୭ ବର୍ଷୀୟ ଇରିକ ଆଡାମ୍ସ ହୋଇଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.