ମୁମ୍ବାଇ: ପୁଣେ ପୋର୍ସେ କାର ଟ୍ରାଜେଡି ମାମଲାରେ ନୂଆ ମୋଡ । ଅଭିଯୁକ୍ତ ନାବାଳକର ବାପା ବିଶାଳ ଅଗ୍ରୱାଲ ଓ ଜେଜେବାପା ସୁରେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ମେ 31 ଯାଏଁ ରିମାଣ୍ଡରେ ପଠାଇଛି । ତାଙ୍କ ପରିବାରର ଡ୍ରାଇଭର ଗଙ୍ଗାଧରଙ୍କ ଅଭିଯୋଗ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗଙ୍ଗାଧରଙ୍କୁ ନାବାଳକଙ୍କ ଦୋଷ ମୁଣ୍ଡାଇବା ପାଇଁ ଚାପ ପ୍ରୟୋଗ କରିବା ସହ ନିଜ ବଙ୍ଗଳାରେ ବନ୍ଦୀ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ପୁଣେ ଡ୍ରିଷ୍ଟିକ୍ଟ କୋର୍ଟ ଉଭୟଙ୍କୁ ମେ ୩୧ ଯାଏଁ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ନାବାଳକଙ୍କୁ ବିରୋଧ ଫଳରେ ଆସନ୍ତା ଜୁନ ୫ ତାରିଖ ଯାଏଁ ଅବଜର୍ଭେସନ ହୋମକୁ ପଠାଯାଇଥିଲା । ଗତ ଶନିବାର ରାତି ପ୍ରାୟ 2.30ରେ ଅଭିଯୁକ୍ତ ନାବାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ