ETV Bharat / snippets

କଂଗ୍ରେସ ସହ ମେଣ୍ଟ ଭାଙ୍ଗିଲା AAP, ଦିଲ୍ଲୀରେ ଏକାକୀ ଲଢିବ ବିଧାନସଭା ନିର୍ବାଚନ

author img

By ETV Bharat Odisha Team

Published : Jun 6, 2024, 10:43 PM IST

AAP
AAP (Etv Bharat)

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ସାମିଲ ଥିଲେ । ଏହି ବୈଠକ ପରେ ବଡ଼ ଘୋଷଣା କରିଛି ଆପ୍‌ । ଦିଲ୍ଲୀରେ ଆମ ଆଦମି ପାର୍ଟି ଏକାକୀ ବିଧାନସଭା ନିର୍ବାଚନ ଲଢିବା ନେଇ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଆପ୍‌ ଦିଲ୍ଲୀ ସଂଯୋଜକ ଗୋପାଳ ରାୟ । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ଉଭୟ ମିଶି ନିର୍ବାଚନ ଲଢିଥିଲେ । କିନ୍ତୁ ଏହି ନିର୍ବାଚନରେ ଆପ୍‌ ପରାଜୟ ବରଣ କରିଥିବା ବେଳେ ସମସ୍ତ 7ଟି ଆସନକୁ ପୋଛି ନେଇଛି ବିଜେପି । ଏଣୁ ଆଗାମୀ ବିଧାନସଭା ନିର୍ବାଚନରେ ଆପ୍‌ ଏକାକୀ ନିର୍ବାଚନ ଲଢିବ, କିନ୍ତୁ ତାନାସାହି ବିରୋଧରେ ଲଢେଇ ଜାରି ରହିବ ବୋଲି ଗୋପାଳ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.