thumbnail

ପୁରୀ ବାଣ ଦୁର୍ଘଟଣା; ପୀଡ଼ିତଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର - Puri Cracker Blast Mishap

By ETV Bharat Odisha Team

Published : Jun 2, 2024, 7:38 AM IST

Puri Cracker Blast Mishap: ପୁରୀ: ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଭଉଁରୀ ଉତ୍ସବ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ଆତ୍ମାର ସଦଗତି କାମନା ସହ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର । ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ନରେନ୍ଦ୍ର ପୁଷ୍କରିଣୀର ହୋଇଥିବା ବାଣ ବିସ୍ଫୋରଣ ସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ ।

ଏନେଇ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି, "ଏଭଳି ଘଟଣା ଆମ ସମସ୍ତଙ୍କୁ ସ୍ତବ୍ଧ ଓ ମର୍ମାହତ କରିଦେଇଛି । ପରିବାର ଭିତରେ କିଏ ନିଜ ସ୍ବାମୀକୁ ହରାଇଛି ତ କିଏ ପୁଅ ଓ ଛୋଟ ଶିଶୁଙ୍କୁ ହରାଇଛି ।" ଏଭଳି କଠିନ ସମୟରେ ମୃତକଙ୍କ ପରିବାର ଲୋକଙ୍କୁ ମହାପ୍ରଭୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର । ଏଭଳି ଲୋମଟାଙ୍କୁରା ଘଟଣା କେବେ କାହା ସହ ନଘଟୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଓ ପୁରୀକୁ ବିଶ୍ଵ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଥିବାବେଳେ ପୁରୀ ମେଡିକାଲରେ ସାମାନ୍ୟ ବର୍ଣ୍ଣ ୟୁନିଟ ନାହିଁ । ବିଜେଡିରେ କିଛି ବାହାପିଆ ଅଛନ୍ତି । କେବଳ ପ୍ରଚାର କରି ନିଜକୁ ପ୍ରଶଂସା କରୁଛନ୍ତି । ହେଲେ ପୁରୀରେ ବାଣ ବିସ୍ଫୋରଣ ଘଟଣା ପୁରୀ ଭଳି ବିଶ୍ଵସ୍ତରୀୟ ସହରରେ କିଭଳି ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହାର ପୋଲ ଖୋଲି ଦେଇଛି ।" କେବଳ ପୁରୀ ନୁହେଁ, ସାରା ଓଡ଼ିଶାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର; କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବା ନେଇ ବାଢ଼ିଲେ ଦୃଢୋକ୍ତି - Dharmendra Pradhan at Puri

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.