ଭାରତ ରତ୍ନରେ ସମ୍ମାନିତ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଆଡଭାନୀ; ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା ବାର୍ତ୍ତା - Sudarsan Pattnaik Artwork

By ETV Bharat Odisha Team

Published : Mar 30, 2024, 9:44 PM IST

thumbnail

Sudarsan Pattnaik congratulates Bharat Ratna LK Advani: ପୁରୀ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ 5 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ବାଲୁକା କଳା ମାଧ୍ୟମରେ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ସେ ପୁରୀ ନୀଳାଦ୍ରି ବିଚରେ ଏକ ସୁନ୍ଦର ବାଲୁକା କଳା କରି ଆଡଭାନୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହି ସୁନ୍ଦର ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କ ଏକ ପ୍ରତିକୃତି କରିଛନ୍ତି ସୁଦର୍ଶନ। ସୂଚନା ଥାଉ କି ଆଡଭାନୀଙ୍କୁ ସନ୍ଧ୍ୟାରେ ତାଙ୍କ ବାସଭବନରେ ଭାରତ ରତ୍ନରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିଲା ।  ଆଡଭାନୀ, ଅଟଳ ସରକାର ସମୟରେ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦେଶସେବାରେ ନିୟୋଜିତ ହୋଇଥିଲେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.