ଜଗା ସେବାରେ ଯୋଗୀ, ତାଙ୍କ ହାତ ତିଆରି କୁଡୁଆରେ ରନ୍ଧା ହେଉଛି ମହାପ୍ରସାଦ - mahaprasad pots - MAHAPRASAD POTS
🎬 Watch Now: Feature Video
Published : Jul 5, 2024, 12:30 PM IST
ଖୋର୍ଦ୍ଧା: ଜଗତର ନାଥ ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି କୁମ୍ଭକାର ଯୋଗୀ ମୁଦୁଲି। ବୟସ 70 ଛୁଇଁଲାଣି, କିନ୍ତୁ ସେ ସେବାରୁ ଟିକେ ହେଲେ ନିବୃତ୍ତ ହୋଇନାହାନ୍ତି । ଦୀର୍ଘ 25 ବର୍ଷ ହେଲା ମହାପ୍ରଭୁଙ୍କ ପାଇଁ କୁଡୁଆ ପ୍ରସ୍ତୁତ କରୁଛନ୍ତି ବୋଲଗଡ଼ ବ୍ଲକ ସାନପଦର ଦେଉଳି ଗ୍ରାମର ଯୋଗୀ । ମହାପ୍ରସାଦ ରନ୍ଧା ପାଇଁ ବ୍ୟବହାର ହେଉଥିବା ଚାରି ପ୍ରକାର କୁଡୁଆ ଦାଶିଆ, ବଡ଼ମଠ, ଧଳାମଠ, ନମ୍ବରୀ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଯୋଗାଇ ଆସୁଛନ୍ତି ସେ । ମହାପ୍ରଭୁଙ୍କ ପାଇଁ ଦିନ ରାତି ଏକ କରି କୁଡୁଆ ଯୋଗାଇ ଆସୁଛନ୍ତି । ସପ୍ତାହକୁ ପ୍ରାୟ ଚାରିରୁ ପାଞ୍ଚ ଗାଡି ଭର୍ତ୍ତି କୁଡୁଆ ନେଇ ପୁରୀରେ ପହଞ୍ଚାନ୍ତି ତାଙ୍କ ପୁଅ । ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଥିବା ଯୋଗୀ ଶେଷ ନିଶ୍ବାସ ଯାଏଁ ମହାପ୍ରଭୁଙ୍କ ପାଇଁ ଏମିତି କୁଡୁଆ ଗଢିବା ଜାରି ରଖିବେ ବୋଲି କହିଛନ୍ତି ଯୋଗୀ ।
ଇଟିଭି ଭାରତ, ଖୋର୍ଦ୍ଧା