ବିଜୁ ଜନତା ଦଳ ପକ୍ଷରୁ ପରିବାର ସମ୍ପର୍କ ଅଭିଯାନ - BJD Campaign in Kandhamal
🎬 Watch Now: Feature Video
Published : Jan 23, 2024, 11:00 PM IST
Parivar Samparka Campaign Started by BJD : ଫୁଲବାଣୀ : ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହି ପରିପ୍ରେକ୍ଷୀରେ ଦଳ ତରଫରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଅଭିଯାନ ।
ଏହା ମଧ୍ୟ ପଢ଼ନ୍ତୁ... ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି କଂଗ୍ରେସ, ଫେରୁଛନ୍ତି ହେଭିୱେଟ୍
ଆଜି କନ୍ଧମାଳ ଜିଲ୍ଲାର ତିନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଫୁଲବାଣୀ ଠାରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଏଫସିଆଇ ଛକ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତାମାନେ ମାଲ୍ୟାର୍ପଣ କରି ଅଭିଯାନର ଶୁଭାରମ୍ଭ କରିଥିଲେ । ପରେ ୯ ନଂ ଓ୍ବାର୍ଡର ବିଭିନ୍ନ ଘରକୁ ଯାଇ ଶଙ୍ଖ ଚିହ୍ନ ଷ୍ଟିକର ମାରିବା ସହିତ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ଚାଲିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେହିଭଳି ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ୱାର୍ଡ ପଦାସାହିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଫୁଲବାଣୀର କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୁବ ବିଜେଡି ସଭାପତି ବିଷ୍ନୁ ଚରଣ ମଲ୍ଲିକ, ନଗର ସଭାପତି ବିମଳ ପାଢୀ, ପୌର ଉପାଧ୍ୟକ୍ଷା ପାୟେଲ ବେହେରା, ଜିଲ୍ଲା ଯୋଜନା ବୋର୍ଡ଼ର ସଦସ୍ଯ ରାଜେନ୍ଦ୍ର ପାଢୀଙ୍କ ସମେତ ଦଳୀୟ କାଉନସିଲର ଓ କର୍ମୀ ଉପସ୍ଥିତ ରହିଥିବା ବେଳେ ଜି.ଉଦୟଗିରି ଠାରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ,ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ l
ଇଟିଭି ଭାରତ, କନ୍ଧମାଳ