ଚାଲିଛି ଭୋଟ ଗଣତି: ବିଜେଡି ହାତରୁ ଗଲା ରଘୁନାଥପାଲ୍ଲୀ, ବିଜେପି ପ୍ରାର୍ଥୀଙ୍କ ବାଜିମାତ - Lok sabha election results 2024

By ETV Bharat Odisha Team

Published : Jun 4, 2024, 2:51 PM IST

thumbnail
Vote Counting (ETV Bharat Odisha)

Vote Counting: ରାଉରକେଲା: ଖୋଲିଛି ନେତାଙ୍କ ଭାଗ୍ୟର ପେଡି । ଚାଲିଛି ଭୋଟ କାଉଣ୍ଟିଂ । ବର୍ତ୍ତମାନ ନେତାଙ୍କ ଛାତି ଧଡ଼ଧଡ଼ । କାହା ହାତକୁ ଯାଉଛି ସୁନ୍ଦରଗଡ଼ର କେତୋଟି ସି୍ଟ ଚାଲିଛି ଆକଳନ । ବଣାଇରେ ବଣାଇ ବିଧାନସଭା ଏବଂ ସୁନ୍ଦରଗଡ଼ ଲୋକସଭା ସହ ସୁନ୍ଦରଗଡ଼ରେ ସୁନ୍ଦରଗଡ଼, ତଳସରା, ରାଜଗାଙ୍ଗପୁର ସହ ସୁନ୍ଦରଗଡ଼ ଲୋକସଭା ସିଟରେ ଭୋଟ ଗଣତି ଚାଲିଛି । ତେବେ ଆଜି ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା, ତଳସରା, ରାଜଗାଙ୍ଗପୁର, ବଣାଇ, ବିରମିତ୍ରପୁରରେ ଗଣତି ଜାରି ରହିଛି । 

ଏହା ବି ପଢନ୍ତୁ...ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀରେ ଗଣତି ପ୍ରାରମ୍ଭରେ ବିଜେପି ପ୍ରାର୍ଥୀ ଆଗୁଆ - Vote Counting

ରାଘନାଥପାଲ୍ଲୀରେ ବିଜେପି ପ୍ରାର୍ଥୀ ଦୁର୍ଗା ଚରଣ ତନ୍ତୀ ବାଜିମାତ କରିଛନ୍ତି । ରଘୁନାଥପାଲ୍ଲୀରେ ପୂର୍ବରୁ ବିଜେଡି ଦଖଲରେ ଥିବାବେଳେ ଏବେ ବିଜେପି ହାତକୁ ଯାଇଛି । ବୀରମିତ୍ରପୁର, ତଳସରା, ସୁନ୍ଦରଗଡ ବିଧାନସଭା ବିଜେପି ଦଖଲରେ ଥିଲା ଏବଂ CPIM ବଣାଇ ଏବଂ କଂଗ୍ରେସ ରାଜଗାଙ୍ଗପୁରକୁ ଦଖଲ କରିଥିଲା । ତେବେ ଏଥର କିଏ କେତୋଟି ସିଟରେ ବିଜୟୀ ହେଉଛି ତାହା ସ୍ପଷ୍ଟ ହେବାକୁ ଯାଉଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.