ନିଜସ୍ବ ଗ୍ୟାରେଣ୍ଟିରେ ମହାଙ୍ଗାରେ ନିର୍ବାଚନ ଲଢୁଛନ୍ତି ଦେବେନ୍ଦ୍ର - Mahanga Assembly Election

By ETV Bharat Odisha Team

Published : May 29, 2024, 10:19 AM IST

thumbnail
ନିଜସ୍ବ ଗ୍ୟାରେଣ୍ଟିରେ ମହାଙ୍ଗାରେ ନିର୍ବାଚନ ଲଢୁଛନ୍ତି ଦେବେନ୍ଦ୍ର (ETV Bharat Odisha)

କଟକ: ରାଜ୍ୟରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ମୁଖ୍ୟ ଲଢେଇ ହେଉଥିବା ବେଳେ କଂଗ୍ରେସ ମଧ୍ୟ ସମସ୍ତ ଆସନରେ ଉଭୟ ପାର୍ଟିକୁ ଟକ୍କର ଦେଉଛି । ଏହିକ୍ରମରେ ମାହାଙ୍ଗାରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବେନ୍ଦ୍ର ସାହୁ । ଦେବେନ୍ଦ୍ର ଏଥର ନିଜସ୍ୱ ଗ୍ୟାରେଣ୍ଟି ଦେଇଛନ୍ତି । ବିଶେଷକରି ମାହାଙ୍ଗା, ନିଶ୍ଚିନ୍ତକୋଇଲିରେ ନିଜସ୍ୱ ସ୍କିଲ ସେଣ୍ଟର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ ଚାଷୀଙ୍କ ପାଇଁ ମଧ୍ୟ ଗ୍ୟାରେଣ୍ଟି ଦେଇଛନ୍ତି ଦେବେନ୍ଦ୍ର । ଚାଷୀଙ୍କ ଧାନ ସରକାର କିଣି ନପାରିଲେ ଅଧିକ ଶହେ ଟଙ୍କା ଦେଇ ଧାନ କିଣିବେ ବୋଲି ସେ କହିଛନ୍ତି । ସେହିପରି ନିଜସ୍ୱ ଖର୍ଚ୍ଚରେ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସ୍ଥାନ ବୁଲାଇବେ ବୋଲି ମଧ୍ୟ କହିଛନ୍ତି । ସଂଖ୍ୟାଲଘୁ ବରିଷ୍ଠ ନାଗରିକଙ୍କୁ ଆଜମେର ଓ ହିନ୍ଦୁଭକ୍ତଙ୍କୁ ଅଯୋଧ୍ୟା ସହ ଚାରିଧାମ ଦର୍ଶନ କରାଇବେ ବୋଲି ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି । ତେବେ ମାହାଙ୍ଗାରେ ଏଥର କଂଗ୍ରେସ ହିଁ କେବଳ ବିକଳ୍ପ ହେବ ବୋଲି କହିଛନ୍ତି । ଏନେଇ ଅଧିକ ଆଲୋଚନା କରିଛନ୍ତି କଟକ ପ୍ରତିନିଧି ନାରାୟଣ ସାହୁ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.