ନୂଆ ଫୌଜଦାରୀ ଆଇନ କେତେ ପ୍ରଭାବୀ, କ’ଣ କହୁଛନ୍ତି ଆଇନଜୀବୀ - lawyers on New criminal laws

By ETV Bharat Odisha Team

Published : Jul 2, 2024, 12:19 PM IST

thumbnail
କେତେ ପ୍ରଭାବୀ ନୂଆ ଫୌଜଦାରୀ ଆଇନ, କ’ଣ କହୁଛନ୍ତି ଆଇନଜୀବୀ (ETV Bharat Odisha)

କଟକ: ଜୁଲାଇ ପହିଲାରୁ ସମଗ୍ର ଦେଶରେ ଲାଗୁ ହୋଇଛି ନୂଆ ଫୌଜଦାରୀ ଆଇନ୍‌ । ଭାରତୀୟ ଅପରାଧ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବା ସହ ଶେଷ ହୋଇଛି ବ୍ରିଟିଶ ଶାସନ କାଳରୁ ଦେଶରେ ପ୍ରଚଳିତ ଫୌଜଦାରୀ ଆଇନ୍‌ । ଇତିହାସ ପାଲଟିଛି ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ସାମ୍ରାଜ୍ୟବାଦର ଛାପ ଛାଡିଥିବା ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି), କ୍ରିମିନାଲ ପ୍ରୋସିଡିଓର କୋଡ (ସିଆରପିସି) ଏବଂ ଏଭିଡେନ୍ସ ଆକ୍ଟ । ଏହା ପରିବର୍ତ୍ତେ ୩ ନୂଆ ଆଇନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି । ତେବେ କେନ୍ଦ୍ର ସରକାର ଏହାକୁ ଭାରତୀୟ ଅପରାଧ ବିଚାର କ୍ଷେତ୍ରରେ ଏକ ବଡ ସଂସ୍କାରମୂଳକ ପଦକ୍ଷେପ ବୋଲି କହୁଥିବା ବେଳେ, ବାସ୍ତବରେ ନ୍ୟାୟ କ୍ଷେତ୍ରରେ କେତେ ପ୍ରଭାବୀ ଏହି ସଂଶୋଧିତ ଅଧିନିୟମ । ଏନେଇ କ’ଣ କହୁଛନ୍ତି ହାଇକୋର୍ଟ ଆଇନଜୀବୀ, ଶୁଣନ୍ତୁ ସେମାନଙ୍କ ପ୍ରତିକ୍ରିୟା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.