ନିର୍ମାଣାଧିନ ବ୍ରିଜ ନିକଟରେ ରହୁନି ସୂଚନା ଫଳକ; ବ୍ରିଜ୍‌ରେ ପଡ଼ି ଦାଦା ମୃତ, ପୁତୁରା ଗୁରୁତର - Man Dies after falling in bridge

By ETV Bharat Odisha Team

Published : Jul 13, 2024, 9:51 PM IST

thumbnail
Man Dies after falling in bridge (ETV Bharat Odisha)

Man Dies after falling in bridge: ନିଆଳି: ଅଧାପନ୍ତରିଆ ବ୍ରିଜ ନିର୍ମାଣ ଯୋଗୁଁ ଚାଲିଗଲା ଜୀବନ । ରାସ୍ତା ନିର୍ମାଣ ଚାଲିଛି । ରାସ୍ତା ମଝିରେ ଛୋଟ ଛୋଟ ବ୍ରିଜ ନିର୍ମାଣ ହେଉଛି । ହେଲେ ଏହାକୁ ସମ୍ପୂର୍ଣ୍ଣ ନକରି ଅଧାପନ୍ତରିଆ ଭାବେ ମାସ ମାସ ଧରି ପକାଇ ରଖାଯାଉଛି । ସେହିଭଳି ଏକ ଅଧାପନ୍ତରିଆ ବ୍ରିଜ୍‌ରେ ଦାଦା ଏବଂ ପୁତୁରା ପଡ଼ି ଯାଇଥିଲେ । ଘଟଣାରେ ଦାଦାଙ୍କ ମୃତ୍ୟୁ ହୋଇଥିବାବେଳେ ପୁତୁରା ମୃତ୍ୟୁ ସହିତ ମେଡିକାଲରେ ସଂଘର୍ଷ କରୁଥିବା ନେଇ ସୂଚନା ମିଳିଛି । ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ବନମାଳୀପୁର ଠାରୁ ନୂଆଗାଁ ରାସ୍ତା ନିର୍ମାଣ ଚାଲିଛି । ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବ୍ରିଜ ନିର୍ମାଣ ହେଉଛି । ବ୍ରିଜ ନିକଟରେ କୌଣସି ସୂଚନା ନଥିବା କାରଣରୁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି । ଗତକାଲି ରାତିରେ କଟକ ଜିଲ୍ଲା ନିଆଳି ଥାନା ଅଁଳୋ ଗାଁର ସନ୍ତୋଷ ସାହୁ (୩୬) ଶ୍ବଶୁର ଘରୁ ନିଜ ଗାଁକୁ ବାଇକ ଯୋଗେ ଫେରୁଥିଲେ । ସାଥିରେ ଥିଲେ ତାଙ୍କ ପୁତୁରା ଆଦିଶ୍ବ ସାହୁ । ବନମାଳୀପୁର ଓ ନୂଆଗାଁ ରାସ୍ତାର ପଇଡପାଟଣା ନିକଟରେ ନିର୍ମାଣାଧିନ ବ୍ରିଜରେ ଦୁହେଁ ପଡି ଯାଇଥିଲେ । ବ୍ରିଜ ନିକଟରେ କୌଣସି ସୂଚନା ନଥିବା କାରଣରୁ ରାତି ସମୟରେ ଦାଦା ଏବଂ ପୁତୁରା ବ୍ରିଜରେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବାବେଳେ ପୁତୁରା ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ନରେ ସନ୍ତୋଷଙ୍କ ମୃତଦେହ ଆଣି ପରିବାର ଓ ସ୍ଥାନୀୟ ଗାଁ ଲୋକେ ଦୁର୍ଘଟଣା ସ୍ଥାନରେ ରଖି ପ୍ରତିବାଦ କରିବା ସହିତ କ୍ଷତି ପୂରଣ ଦାବି କରିଛନ୍ତି । ଘଟଣାସ୍ଥଳରେ କମିଶନରେଟ ପୋଲିସ୍ ପହଞ୍ଚି ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.