କେନ୍ଦୁଝର ଫଳାଫଳ; ଆରମ୍ଭ ହେଲା ମତଗଣନା - Kendujhar Election Counting - KENDUJHAR ELECTION COUNTING
🎬 Watch Now: Feature Video
Published : Jun 4, 2024, 9:27 AM IST
କେନ୍ଦୁଝର: ଜିଲ୍ଲାର ତିନୋଟି ସ୍ଥାନରେ ମତ ଗଣନା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦୁଝର ସଦରରେ ଓଏସଏମଇ, ଚମ୍ପୁଆ ଉପଖଣ୍ଡରେ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଏବଂ ଆନନ୍ଦପୁର ଉପଖଣ୍ଡ ମନୋଜ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଠାରେ ମତଗଣନା ଆରମ୍ଭ ହୋଇଛି । ଓଏସଏମଇ ଠାରେ କେନ୍ଦୁଝର ଓ ତେଲକୋଇ ବିଧାନସଭା, ଚମ୍ପୁଆରେ ଚମ୍ପୁଆ ଓ ପାଟଣା ଏବଂ ଆନନ୍ଦପୁରରେ ଆନନ୍ଦପୁର ଓ ଘଷିପୁରା କ୍ଷେତ୍ରର ଭୋଟ ଗଣତି ହେଉଛି । ଦଳୀୟ ଏଜେଣ୍ଟ ମାନେ ମଧ୍ୟ ନିଜ ନିଜର ପରିଚୟ ପତ୍ର ନେଇ ଗଣନା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଛନ୍ତି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ତରଫରୁ ଗଣନା କେନ୍ଦ୍ରର ଚତୁଃପାର୍ଶ୍ୱରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୮ଟା ଠାରୁ ପ୍ରଥମେ ପୋଷ୍ଟାଲ ବଲାଟ ପେପର ଗଣନା ଆରମ୍ଭ ହୋଇଛି । ଏହା ପରେ ଇଭିଏମ ଗଣତି ଆରମ୍ଭ ହେବ। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ତରଫରୁ ଗଣନା କେନ୍ଦ୍ରର ଚତୁଃପାର୍ଶ୍ୱରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଇଭିଏମରୁ ଖୋଲୁଛି ନେତାଙ୍କ ଭାଗ୍ୟ, ଆରମ୍ଭ ହେଲା ଗଣତି
ଇଟିଭି ଭାରତ, କେନ୍ଦୁଝର