thumbnail

By ETV Bharat Odisha Team

Published : May 29, 2024, 6:00 PM IST

ETV Bharat / Videos

ନବୀନ ସରକାର କରିପାରିବେ ନାହିଁ, ଭଲ ପ୍ରଦର୍ଶନ କରିବ କଂଗ୍ରେସ: ଅନନ୍ତ ପ୍ରସାଦ ସେଠି - INTERVIEW WITH ANANT PRASAD SETHY

ଭଦ୍ରକ: ଆସନ୍ତା ୧ ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏହି ସମୟରେ ଭଦ୍ରକରେ ନିର୍ବାଚନ ହେବ । ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଭୋଟରଙ୍କୁ ମନାଇବାକୁ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ଜୋରଦାର କରିଛନ୍ତି । ଏପରି ସମୟରେ କଂଗ୍ରେସ ପାଇଁ ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାରକୁ ସରଗରମ କରିବାକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ବାଲେଶ୍ବର ଓ ଭଦ୍ରକ ଗସ୍ତରେ ଆସିଛନ୍ତି । ଯାହାକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ରହିଛି । ସେପଟେ ଏହି ସମୟରେ ଭଦ୍ରକ ଜିଲ୍ଲାରେ କଂଗ୍ରେସର ରଣନୀତି କଣ ରହିଛି ସେନେଇ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ କଂଗ୍ରେସ ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠି । ସେ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିବା ସହ ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ, ଭଦ୍ରକରେ ପ୍ରସ୍ତୁତି

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.