ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ନିମାପଡ଼ାରେ ପୋଲିସର ଫ୍ଲାଗ ମାର୍ଚ୍ଚ - POLICE FLAG MARCH - POLICE FLAG MARCH
🎬 Watch Now: Feature Video
Published : May 27, 2024, 7:43 PM IST
Flag March By police in Nimapara: ନିମାପଡ଼ା: ରାଜ୍ୟରେ ଶେଷ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା 1 ଜୁନରେ ହେବାକୁ ଯାଉଛି ଦେଶର ସପ୍ତମ ତଥା ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଯାହା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ସମସ୍ତ ଜିଲ୍ଲା ପ୍ରଶାସନ । ସେହିକ୍ରମରେ ଆଜି ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ନିମାପଡ଼ା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିମାପଡ଼ା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି । ନିମାପଡ଼ା ଆଇଆଇସି ବାମଦେବ ସ୍ବାଇଁଙ୍କ ନେତୃତ୍ଵରେ ୨ ପ୍ଲାଟୁନ ପୋଲିସ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଅନ୍ୟ ପୋଲିସ କର୍ମୀଙ୍କୁ ନେଇ ନିମାପଡା ବଜାରର ବିଭିନ୍ନ ଗଳି କନ୍ଦିରେ ଫ୍ଲାଗମାର୍ଚ୍ଚ କରିଥିଲେ । ଏହାଛଡା ବିଭିନ୍ନ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରି ନିର୍ବାଚନ କିପରି ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ହୋଇପାରିବ ଏହାକୁ ଦୃଷ୍ଟିରେ ଦିଆଯାଇଛି ବୋଲି ନିମାପଡ଼ା ଆଇଆଇସି କହିଛନ୍ତି। ଜୁନ ୧ ତାରିଖରେ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ନିମାପଡ଼ା ଆଇଆଇସି ବାମଦେବ ସ୍ବାଇଁ ।
ଏହା ମଧ୍ୟ ପଢ଼ନ୍ତୁ.. ସବୁଠୁ ଧନୀ ଦିଲ୍ଲୀପ ରାୟ, ୩୪୮ ଜଣଙ୍କ ନାଁରେ ଅପରାଧିକ ମାମଲା - ADR Analysis Of All Phases
ଇଟିଭି ଭାରତ, ନିମାପଡ଼ା