ଦିଲ୍ଲୀ କ୍ରାଫ୍ଟ ମ୍ୟୁଜିୟମରେ ସ୍ଥାନ ପାଇବ ଖୋର୍ଦ୍ଧାରେ ନିର୍ମିତ କାଠ ରାବଣ - Wood Statue of Ravan in Khordha

By ETV Bharat Odisha Team

Published : Jun 25, 2024, 1:33 PM IST

thumbnail

Wood Statue of Ravan in Khordha: ଖୋର୍ଦ୍ଧା: ଆମ କଳା ସଂସ୍କୃତି ଐତିହ୍ୟ ସବୁଠୁ ନିଆରା । ସେଥିପାଇଁ ଆମ କଳାକୃତିର କେବଳ ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ରହିଛି ଢେର ଚାହିଦା । ସେହିଭଳି ଖୋର୍ଦ୍ଧା କରଡ଼ଗାଡ଼ିଆର ଶିଳ୍ପୀ କୃପାସିନ୍ଧୁ ମହାପାତ୍ରଙ୍କ ଦ୍ବାରା ବିଶାଳ କାଠ ଗଣ୍ଡିରେ ପ୍ରସ୍ତୁତ କରାଯାଇଥିବା ରାବଣର ପ୍ରତିକୃତି ଶୋଭା ପାଇବ ଦିଲ୍ଲୀର କ୍ରାଫ୍ଟ ମ୍ୟୁଜିୟମରେ । ଏହି କଳାକୃତି କରିବା ପାଇଁ ଶିଳ୍ପୀ କୃପାସିନ୍ଧୁଙ୍କୁ ଦେଢ଼ ମାସରୁ ଊର୍ଦ୍ଧ୍ବ ସମୟ ଲାଗିଥିବାବେଳେ ଏଥିରେ ଅଢେଇ କ୍ବିଣ୍ଟାଲ ମହାନିମ କାଠ ବ୍ୟବହାର କରାଯାଇଛି । ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ପ୍ରସ୍ତୁତିରେ ବାହାରିଥିବା ଏହି ରାବଣର ପ୍ରତିକୃତିରେ ଦଶ ମୁଣ୍ଡ, ଦଶ ହାତ ରହିଛି ଯେଉଁଥିରେ ବିଭିନ୍ନ ଯୁଦ୍ଧାସ୍ତ୍ର ଧରିଥିବା ଦେଖିବାକୁ ମିଳିଛି । ସେହିଭଳି ଏହି କାର୍ଯ୍ୟରେ କୃପାସିନ୍ଧୁଙ୍କୁ ତାଙ୍କ ପରିବାର ଲୋକ ସହାୟତା କରିଥିବାବେଳେ ଏଭଳି ବଡ଼ କଳାକୃତି ପ୍ରଥମ ଥର ପାଇଁ କରିଥିବା କହିଛନ୍ତି କୃପାସିନ୍ଧୁ । ସେହିଭଳି ତାଙ୍କ ହାତ ତିଆରି କଳାକୃତି ଦିଲ୍ଲୀର କ୍ରାଫ୍ଟ ମ୍ୟୁଜିୟମରେ ସ୍ଥାନିତ ହେବା ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାଲୁକା କଳାରେ ରତ୍ନଭଣ୍ଡାର ସୁରକ୍ଷା ଦାବି କଲେ ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ - Save Ratna Bhandar Sand Art

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.