ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ବେଳେ ରାଗରେ ଲାଲ ଖାରବେଳ, କର୍ମୀଙ୍କୁ ମାରିଲେ ଶକ୍ତ ଚାପୁଡ଼ା - Kharabela Swain File Nomination - KHARABELA SWAIN FILE NOMINATION

🎬 Watch Now: Feature Video

thumbnail

By ETV Bharat Odisha Team

Published : May 8, 2024, 10:11 PM IST

Kharabela Swain File Nomination As Independent Candidate ବାଲେଶ୍ୱର: ଆଜି ସ୍ବାଧୀନ ପ୍ରାର୍ଥୀ ଭାବରେ ବାଲେଶ୍ଵର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ଖାରବେଳ ସ୍ୱାଇଁ । ତେବେ ଖାରବେଳ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ସମୟରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ଜଣେ କର୍ମୀ ଖାରବେଳଙ୍କୁ ଫୁଲହାର ପକାଇବା ବେଳକୁ ଖାରବେଳ ଏତେ ମାତ୍ରାରେ ଚିଡି ଯାଇଥିଲେ ଯେ, ଫୁଲମାଳକୁ କାଢି ଫିଙ୍ଗି ଦେବା ସହ କର୍ମୀଙ୍କୁ ମାଡ଼ ମାରିଥିଲେ । 

ଗତ ଦୁଇମାସରୁ ଊର୍ଦ୍ଧ୍ଵ ହେବ ଖାରବେଳ ନିର୍ବାଚନ ଲଢ଼ିବେ ପୁଣି ଲଢ଼ିବେନି, କେତେବେଳେ ବିଜେପିରୁ ଲଢ଼ିବେ ବୋଲି କହିବା ସହ ସାଂସଦ ପ୍ରାର୍ଥୀ ବଦଳାଇ ତାଙ୍କୁ ଟିକଟ ପ୍ରଦାନ ପାଇଁ ବିଭିନ୍ନ ସମୟରେ ଖାରବେଳ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ମତ ପ୍ରକାଶ କରିଥିଲେ । ଆଜି ନାମାଙ୍କନ ଦାଖଲ କରିବା ପରେ ବି ସେ ସେହି ସମାନ କଥା ଦୋହରାଇଛନ୍ତି । ନାମାଙ୍କନ ଦାଖଲ ପରେ ନିଜ ପ୍ରତିକ୍ରିୟାରେ ସେ ସିଧାସଳଖ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିବା ସହ ବାଲେଶ୍ଵରରେ ପ୍ରତାପ କିଛି ବିକାଶ କରି ନାହାନ୍ତି ବୋଲି କହିଛନ୍ତି ।  

ଖାରବେଳ କହିଛନ୍ତି, "ସାଂସଦ ହେବାର ନିଶା ପ୍ରତାପ ଷଡ଼ଙ୍ଗୀ ମୁଣ୍ଡରୁ କାଢି ଦିଅନ୍ତୁ । ପ୍ରତାପ ଷଡ଼ଙ୍ଗୀ ନୀଳଗିରି ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ଭାବେ ଲଢନ୍ତୁ ।  ମୁଁ ଏତେ କାମ କରିଛି, ସମସ୍ତଙ୍କୁ କହିବି ମୋତେ ଭୋଟ ଦିଅ ।" ବାଲେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସରୁ ଶ୍ରୀକାନ୍ତ ଜେନା, ବିଜେଡିରୁ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରହିଥିବା ବେଳେ ଖାରବେଳ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ବଦଳିଲା ଖାରବେଳଙ୍କ ମତ: 'ମୁଁ ଗୋଟିଏ ବ୍ରାଣ୍ଡ, ସ୍ବାଧୀନ ଭାବେ ଲଢି ଜିତିବି' - Kharabela To Contest Election

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.