thumbnail

ଖଡ଼ିଆଳ ମହୋତ୍ସବ ଉଦଯାପିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

By ETV Bharat Odisha Team

Published : Feb 3, 2024, 11:49 AM IST

Updated : Feb 3, 2024, 12:25 PM IST

Khadial Mahotsav: ନୂଆପଡା: ନୂଆପଡା ଜିଲ୍ଲାର ପ୍ରସିଦ୍ଧ ଖଡ଼ିଆଳ ମହୋତ୍ସବ 2024 ଲକ୍ଷାଧିକ ଜନ ସମାବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ୫ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଜମିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆସର । ଏଥିରେ ବଲିଉଡ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୁରେଶ ୱାଡେକର, କବିତା କୃଷ୍ଣମୂର୍ତ୍ତୀ ସହିତ ଓଲିଉଡ କଣ୍ଠଶିଳ୍ପୀ ଭାଗ୍ୟଶ୍ରୀ ମହାନ୍ତି ଯୋଗ ଦେଇଥିବା ବେଳେ ଦର୍ଶକଙ୍କୁ ନିଜ ଗୀତ ଏବଂ ନାଚରେ ମତୁଆଲା କରିଥିଲେ । ଏହି ଶୁଭ ମୁହୂର୍ତ୍ତରେ ଆହୁଜା ଅଗର୍ବତୀ ଆଣ୍ଡ ଗ୍ରୁପ ପକ୍ଷରୁ ବଲିଉଡ କଣ୍ଠଶିଳ୍ପୀ ସୁରେଶ ୱାଡେକର,କବିତା କୃଷ୍ଣମୂର୍ତ୍ତି,ଭାଗ୍ୟଶ୍ରୀ ମହାନ୍ତିଙ୍କୁ ସୃତି ସ୍ମାରକୀ ସମ୍ମାନ ଜନିତ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା । ତେବେ ମହୋତ୍ସବ ଉଦଯାପନୀ ଦିବସର ସାଂସ୍କୃତିକ ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଖଡ଼ିଆଳ ମହୋତ୍ସବର ତୃତୀୟ ସଂଧ୍ୟା; ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଇଟିଭି ଭାରତ, ନୂଆପଡା 

Last Updated : Feb 3, 2024, 12:25 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.