thumbnail

ମେଲାଣି ନେଲେ ମା‘, ଅସ୍ଥାୟୀ ପୋଖରୀରେ ବିସର୍ଜନ ହେଲେ ମୃର୍ଣ୍ଣୟୀ ମୂର୍ତ୍ତି

By ETV Bharat Odisha Team

Published : Oct 15, 2024, 12:43 PM IST

ଭୁବନେଶ୍ବର: ପୁଣି ଅପେକ୍ଷା ଆର ବର୍ଷକୁ । ଶାରଦୀୟ ପୂଜାର ଶେଷ ସହ ମେଲାଣି ନେଇଛନ୍ତି ଜଗତଜନନୀ ମା’ ଦୁର୍ଗା । ଗତକାଲି ରାଜଧାନୀ ଭୁବନେଶ୍ବରରେ ଭସାଣି ଉତ୍ସବ ଶେଷ ହୋଇଛି । ପରିବେଶ ପ୍ରଦୂଷଣ ରୋକିବାକୁ ଦୃଷ୍ଟିରେ ରଖି ନିଆଯାଇଥିବା ପଦକ୍ଷେପ ଅନୁସାରେ ‘ବିଏସମସି’ ଦ୍ବାରା ପ୍ରସ୍ତୁତ ଅସ୍ଥାୟୀ ପୋଖରୀରେ ମା’ଙ୍କ ମୃର୍ଣ୍ଣୟୀ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଛି । କୁଆଖାଇ ନଦୀପଠାରେ ପ୍ରଶାସନ ପକ୍ଷରୁ ବିଶାଳ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ସେଥିରେ ମୂର୍ତ୍ତିଗୁଡିକୁ ବିସର୍ଜିତ କରାଯାଇଛି । ପ୍ରଦୂଷଣ ବୋର୍ଡର ନିୟମ ସହ ହୋଇଥିବା ବ୍ୟବସ୍ଥାରେ ପ୍ରାୟ ଶତାଧିକ ମେଢ ବିସର୍ଜିତ ହୋଇଛନ୍ତି । ଅସ୍ଥାୟୀ ପୋଖରୀରେ କଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇ ସେନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଗତକାଲି ପୂର୍ବାହ୍ନରୁ ପ୍ରାୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଭସାଣି ଓ ମୂର୍ତ୍ତି ବିସର୍ଜନ ପ୍ରକ୍ରିୟା ଜାରି ରହିଥିଲା । କୁଆଖାଇ ନଦୀପଠାରୁ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.