ରାଷ୍ଟ୍ରୀୟ ଅଭିଲେଖାଗାର ୧୩୪ତମ ପ୍ରତିଷ୍ଠା ଦିବସ ପାଳନ - National Archives Of India
🎬 Watch Now: Feature Video
Published : Mar 11, 2024, 11:10 PM IST
Foundation Day Of National Archives Of India: ଭୁବନେଶ୍ବର: ଅତୀତର ଇତିହାସରୁ ଶିକ୍ଷାଲାଭ କରି ବର୍ତ୍ତମାନରେ ତାକୁ କାମରେ ଲଗାଇ ଭବିଷ୍ୟତକୁ ସଜାଡ଼ିବା ହେଉଛି ଉଦ୍ୟମ । ଆଉ ଏହି ଉଦ୍ୟମକୁ ସଫଳ କରିବା ଦିଗରେ ଅଭିଲେଖାଗାର କାର୍ଯ୍ୟ କରୁଥିବା ବେଳେ ରାଷ୍ଟ୍ରୀୟ ଅଭିଲେଖାଗାର ଆଜି ପାଳନ କରିଛି ୧୩୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ୱରରେ ଥିବା ଜାତୀୟ ଅଭିଲେଖାଗାରରେ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠା ଦିବସକୁ ପାଳନ କରାଯାଇଛି । ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଅଭିଲେଖାଗର ହେଉଛି ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ବିକାଶ ବିଷୟରେ ପ୍ରାଥମିକ ସୂଚନାର ଏକ ବଡ ଉତ୍ସ । ତେଣୁ ଏହା ଅଧିକରୁ ଅଧିକ ବିକାଶ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ମନ୍ତ୍ରୀ ଅଶ୍ୱନୀ ପାତ୍ର । ରାଷ୍ଟ୍ରୀୟ ଅଭିଲେଖାଗାର ଚାରୋଟି ଦିଗରେ ଅବସ୍ଥାପିତ । ଭୋପାଲରେ ଏହାର କ୍ଷତ୍ରିୟ କାଯ୍ୟଳୟ ରହିଛି ଥିବାବେଳେ ଭୁବନେଶ୍ୱର, ଜୟପୁର, ପୁଡ଼ୁଚେରୀ ମଧ୍ୟ ରେକର୍ଡ କେନ୍ଦ୍ର ରହିଛି । ତେବେ ରାଷ୍ଟ୍ରୀୟ ଅଭିଲେଖାଗାର ହେଉଛି ଅଭିଲେଖ ଗୁଡିକର ଏକ ବ୍ୟବସ୍ଥିତ ନିବାସ, ଯାହା ସମାଜରେ ବ୍ୟକ୍ତିର ତଥା ରାଷ୍ଟ୍ରର ପ୍ରଶାସନିକ ବ୍ୟବହାର ତଥା ଐତିହାସିକ ଅନୁସନ୍ଧାନ ପାଇଁ ସ୍ଥାୟୀ ମୂଲ୍ୟର ଅଣ ସାମ୍ପ୍ରତିକ କେଟର ନିର୍ମାଣ ପାଇଁ ଉଦିଷ୍ଟ ।
ଏହା ମଧ୍ୟ ପଢନ୍ତୁ .....ନିର୍ବାଚନ ସମୟରେ ନଜର ରଖିବ ମୁଭି ସିସିଟିଭି, ପୁଲିଂ ସ୍କ୍ୱାର୍ଡ ଗାଡ଼ିରେ ଲାଗିବ GPS
ଏହା ଭାରତ ସରକାରଙ୍କ ସ୍ଥାୟୀ ରକ୍ଷକ ହୋଇଥିବା ବେଳେ ୧୯୮୧ ମାର୍ଚ୍ଚ ୧୧ ତାରିଖରେ ପ୍ରତିଷ୍ଠା ହୋଇଥିଲା । ପ୍ରଥମ ରେକର୍ଡ ବିଭାଗ କଲିକତାରେ ହୋଇଥିବା ବେଳେ ଏବେ ଏହା ସମ୍ପ୍ରସାରିତ ହୋଇ ଭାରତର ବିଭିନ୍ନ ସ୍ଥାନରେ ରହିଛି । ବିଶେଷ ଭାବେ ରେକର୍ଡ ଗୁଡିକର ବିଶାଳ ସ୍ଥିତିରେ ସର୍ବସାଧାରଣ ରେକର୍ଡ,ବ୍ୟକ୍ତିଗତ କାଗଜପତ୍ର ,ପୂର୍ବାଞ୍ଚଳ ରେକର୍, କାଟୋ ଗ୍ରାଫିକ ରେକର୍ଡ ,ମାଇକ୍ରୋ ଫିଲ୍ମ ଆଦିର ରେକର୍ଡ ରହିଛି । ଯାହା ଜ୍ଞାନୀ ଗବେଷକ ,ଐତିହାସିକ , ପ୍ରଶାସକଙ୍କ ସହ ଅଭିଲେଖାଗାରର ଅନ୍ୟ ଉପଭୋକ୍ତଙ୍କ ପାଇଁ ଏକ ନିଶ୍ଚିତ ସଠିକ ଅମୂଲ୍ୟ ସୂଚନାର ଉତ୍ସ ଅଟେ ।
ଇଟିଭି ଭାରତ, ଭୁବନେଶ୍ବର