କୁମୁଡ଼ାପାଲି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ, ପହଞ୍ଚିଲା ନିମନ୍ତ୍ରଣ

By ETV Bharat Odisha Team

Published : Mar 1, 2024, 3:40 PM IST

thumbnail

Jharsuguda Dhanuyatra ଝାରସୁଗୁଡ଼ା: ଜିଲ୍ଲାର କୁମୁଡ଼ାପାଲି ଗ୍ରାମରେ ହେବାକୁ ଥିବା ଧନୁଯାତ୍ରା ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ । ଏନେଇ ଜିଲ୍ଲାର କୁମୁଢ଼ାପାଲି ଗ୍ରାମବାସୀ ଏବଂ କମିଟି ପକ୍ଷରୁ ପୂର୍ବତନ କଂସଙ୍କୁ ଗତକାଲି (ଗୁରୁବାର) ଦିନ ନିମନ୍ତ୍ରଣ କରାଯାଇଛି । ଆସନ୍ତା ମାର୍ଚ୍ଚ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ବ୍ଳକ ଅନ୍ତର୍ଗତ କୁମୁଡ଼ାପାଲି ଠାରେ ୭ ଦିନ ଧରି ଆଞ୍ଚଳିକ ଧନୁଯାତ୍ରା ଅନୁଷ୍ଠିତ ହେବ । ଏହାକୁ ନେଇ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସଙ୍କୁ ନିମନ୍ତ୍ରଣ କରାଯାଇଥିଲା । କୁମୁଢ଼ାପାଲି ଆଞ୍ଚଳିକ ଧନୁଯାତ୍ରାରେ ଆକର୍ଷଣୀୟ କଂସ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଭୁବନେଶ୍ଵର ପ୍ରଧାନ ।  

ଶ୍ରୀ ଶ୍ରୀ ମା' ବେଷ୍ଣୋଦେବି ଆଞ୍ଚଳିକ ଧନୁଯାତ୍ରା କମିଟି ପକ୍ଷରୁ ହେବାକୁ ଥିବା ଭବ୍ୟ ପୌରାଣିକ କାର୍ଯ୍ୟକ୍ରମରେ ଦଳକି ଗ୍ରାମକୁ ଗୋପପୁରୀ ଓ କୁମୁଡ଼ାପାଲି ଗ୍ରାମକୁ ମଥୁରାରେ ଆକର୍ଷଣୀୟ ଭାବରେ ସାଜସଜ୍ଜା କରାଯାଉଛି । କୁମୁଡ଼ାପାଲି ସ୍ଥିତ ମଥୁରାରେ ଦର୍ଶକଙ୍କ ସୁବିଧା ସୁଯୋଗ ଏଵଂ ଦାର୍ଶନିକ ଆକାର ଦେବା ପାଇଁ ଶତାଧିକ ଷ୍ଟଲର ବ୍ୟବସ୍ଥା କରାଯାଇଛି । ପୌରାଣିକ ଧନୁଯାତ୍ରାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ବୁଦ୍ଧିଜୀବୀଙ୍କୁ ସହଯୋଗ କରିବା ପାଇଁ ଆମନ୍ତ୍ରିତ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଧାୟିକା ସୁଶ୍ରୀ ଦିପାଳୀ ଦାସଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଧନୁଯାତ୍ରା: ମହୋଦଧିରେ ପାପ ଧୋଇଲେ କଂସ, ପ୍ରାୟଶ୍ଚିତ ପାଇଁ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.