Exclusive: ଇଟିଭି ଭାରତରେ ଓଡ଼ିଶା ଛାତ୍ର କଂଗ୍ରେସର ନୂଆ ସଭାପତି, ଆଗକୁ କଣ ରହିଛି ଲକ୍ଷ୍ୟ ଶୁଣନ୍ତୁ ଉଦିତ ନାରାୟଣଙ୍କ ମୁହଁରୁ - Interview With Udit Narayan

By ETV Bharat Odisha Team

Published : Aug 14, 2024, 4:01 PM IST

thumbnail
ଓଡିଶା ଛାତ୍ର କଂଗ୍ରେସର ନବ ନିଯୁକ୍ତ ସଭାପତି ଉଦିତ ନାରାୟଣ ପ୍ରଧାନ ଙ୍କ ସହ exclusive ଇଣ୍ଟରଭିଯୁ (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶା ଛାତ୍ର କଂଗ୍ରେସର ନୂଆ ସଭାପତି ହେଲେ ଉଦିତ ନାରାୟଣ ପ୍ରଧାନ । ନିଯୁକ୍ତ ହେବାର ପ୍ରଥମ ଦିନରେ ସରକାରୀ ବିରୋଧୀ ଆଭିମୁଖ୍ୟ ପୋଷଣ କରିବା ସହ ଛାତ୍ରର ହକ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ଯାହା ଆଗାମୀ ଦିନରେ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ଉଦିତ ନାରାୟଣ । ନବ ନିଯୁକ୍ତ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛି ‘ଇଟିଭି ଭାରତ’ ।


ଛାତ୍ରଙ୍କ ପାଇଁ କିଭଳି ରହିବ ଆଭିମୁଖ୍ୟ ? 

"ସାରା ଦେଶରେ ପ୍ରତିବାଦର ସ୍ବର ଶାଣିତ ହେବ ମିଶନ 29 ହେଉଛି ମୋର ମୂଳ ଲକ୍ଷ୍ୟ । ଛାତ୍ର ମାନଙ୍କର ସାମୁହିକ ବିକାଶ ହେବ ମୂଳ ଲକ୍ଷ୍ୟ । ଛାତ୍ରଙ୍କ ସ୍ୱର ଆମର ସ୍ୱର । ଜନସାଧାରଣ ଏକ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପିକୁ ସରକାରରୁ ହଟେଇ କଂଗ୍ରେସକୁ କ୍ଷମତାରେ ଆଣିବାକୁ ମୋର କାର୍ଯ୍ୟକ୍ରମ ରହିବ । କଲେଜ ନିର୍ବାଚନ ନେଇ ଆମେ ତୀବ୍ର ଆନ୍ଦୋଳନ କରୁଥିଲୁ । ବିଜେପି ମଧ୍ୟ ସ୍ୱର ଉଠାଇଥିଲା । ଏବେ ସରକାରରେ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ କରିବେ ନହେଲେ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ ଛାତ୍ର କଂଗ୍ରେସ । ଦୃଢ଼ ପ୍ରତିବାଦ କରିବୁ । 

ଏହା ମଧ୍ୟ ପଢନ୍ତୁ:  PCC ସଭାପତି ଘୋଷଣା ହେବ ବିଳମ୍ବ ! ଓଡ଼ିଶା କଂଗ୍ରେସ ଚଳାଇବ ଷ୍ଟିୟରିଙ୍ଗ କମିଟି, ନେତାଙ୍କୁ ମିଳିବ କି ଗୁରୁ ଦାୟିତ୍ୱ ?

'ଛାତ୍ରଙ୍କ ବିଭିନ୍ନ ସମସ୍ୟାରେ ମୁଁ ଛିଡ଼ା ହେବି'

ପୂର୍ବ ସରକାର ହିଂସାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବ୍ୟାନ କରିଥିଲେ । ଏବେ ନୂଆ ଆଧାରରେ ନିର୍ବାଚନ କରନ୍ତୁ ନୂଆ ସରକାର । ଅହିଂସା ପଥରେ ଅନଲାଇନ ନିର୍ବାଚନ ଆୟୋଜନ କରାଯାଉ । ଜେନେରେସନ ଜୀ ଫର୍ମୁଲା ଆଧାରରେ ନିର୍ବାଚନ ହେଉ । ବେରୋଜଗାର ମୁଖ୍ୟ ପ୍ରସଙ୍ଗ, ରୋଜଗାର ଦେବେ ସରକାର ନେହେଲେ ହକ ଛଡ଼େଇବା ପାଇଁ ସ୍ୱରକୁ ଶାଣିତ କରିବି । 60 ପ୍ରତିଶତ ସରକାରୀ କଳରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଦାବି କରୁଛୁ । ସବୁ ପଦବୀ ପୂରଣ କରିବେ ରାଜ୍ୟ ସରକାର । ଛାତ୍ର ମାନଙ୍କର ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିବୁ । ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ହେବ ସେ ନେଇ ଦାବି କରିବୁ । ଛାତ୍ରଛାତ୍ରୀ ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ଲଢେଇ ଜୋରଦାର ହେବ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.