thumbnail

ଶାରଦୀୟ ପୁଜାରେ ଉତ୍ସବମୁଖର ମା’ ରାମଚଣ୍ଡୀଙ୍କ ପୀଠ, ଜମୁଛି ଭକ୍ତଙ୍କ ଭିଡ

By ETV Bharat Odisha Team

Published : 3 hours ago

Intro:ଶାରଦୀୟ ପୁଜାକୁ ନେଇ ଉତ୍ସବ ମୁଖର ମାଁ ରାମଚଣ୍ଡୀଙ୍କ ପୀଠ , ଜମୁଛି ଭକ୍ତଙ୍କ ଭିଡ Body:ଶାରଦୀୟ ପୁଜାକୁ ନେଇ ଉତ୍ସବ ମୁଖର ମାଁ ରାମଚଣ୍ଡୀଙ୍କ ପୀଠ, ଜମୁଛି ଭକ୍ତଙ୍କ ଭିଡ 

ବ୍ରହ୍ମପୁର: ଶାରଦୀୟ ପୁଜାକୁ ନେଇ ନେଇ ଉତ୍ସବମୁଖର ରାଜ୍ୟର ସମସ୍ତ ପ୍ରମୁଖ ଶକ୍ତିପୀଠ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ମାତ୍ର କିଛି ଦୂର ନିଳାଦ୍ରୀପୁର ଗ୍ରାମର ପର୍ବତ ଶିଖରରେ ତାହିଁ କେଉଁ କାଳରୁ ପୁଜା ପାଇ ଆସୁଥିବା ମା’ ରାମଚଣ୍ଡୀଙ୍କ ପୀଠ ହୋଇପଡିଛି ଉତ୍ସବମୁଖର । ମା’ ରଷିକୁଲ୍ୟା ନଦୀତଟରେ ବିରାଜମାନ ହୋଇଥିବା ବେଳେ ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ରୂପେ ପୁଜା ପାଇ ଆସୁଛନ୍ତି । ମା’ଙ୍କୁ ତ୍ରିଶକ୍ତି ରୂପରେ ଆରାଧନା କରାଯାଉଥାଏ । ବର୍ଷ ତମାମ ମା’ଙ୍କର ଏହି ପୀଠକୁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଶାରଦୀୟ ପୁଜା ସମୟରେ ଚଳଚଞ୍ଚଳ ହୋଇଉଠିଥାଏ ଗଞ୍ଜାମ ଜିଲ୍ଲାର ଏହି ପ୍ରସିଦ୍ଧ ଶକ୍ତିପୀଠ ।

ମା’ ରାମଚଣ୍ଡୀ ମନ୍ଦିରଙ୍କ ପୀଠରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୬ ଦିନାତ୍ମକ ଶାରଦୀୟ ପୂଜାରେ ମା’ଙ୍କ ଷୋଡଶ ଉପଚାର ପୁଜାର୍ଚ୍ଚନା ହେଉଥିବା ବେଳେ ପାରମ୍ପରିକ ରୀତିନୀତିରେ ଏହି ପୂଜା ଆୟୋଜିତ ହୋଇଛି । ଗୁରୁ ଗଙ୍ଗାଧର ପଣ୍ଡାଙ୍କ ତତ୍ତାବଧାନରେ ପରିଚାଳିତ କନିଷି ସ୍ଥିତ ନବଜୀବନ ବେଦ ବିଦ୍ୟାଳୟ, ବ୍ରହ୍ମପୁର ବେଦ ପାଠଶାଳାର ବିଦ୍ୟାର୍ଥୀଙ୍କ ପ୍ରତେକ ଦିନ ବେଦମନ୍ତ୍ର ଧ୍ଵନୀର ଏକ ନିଆରା ପୂଜା ସମ୍ଭାରର ଏକ ଅନୁପମ ପରିବେଶ ସୃଷ୍ଟି କରିଛି ମା’ଙ୍କ ପୀଠରେ । ମା’ଙ୍କର ଏହି ପୂଜାର୍ଚ୍ଚନା ସମୟରେ ମା’ ରାମଚଣ୍ଡୀ ଟ୍ରଷ୍ଟ ମୁଖ୍ୟ ସୁଧାକର ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଓ ଟ୍ରଷ୍ଟି ମଞ୍ଜୁଳା ପଣ୍ଡାଙ୍କ ସମେତ ମନ୍ଦିର ପୁଜା କମିଟିର ସଂଯୋଜକ କମଳ କୁମାର ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ ମୁଖ୍ୟତଃ ମା’ଙ୍କର ଏହି ଷୋଡଶ ଦିବସୀୟ ପୁଜାକୁ ପରିଚାଳନା କରିଥିଲେ । ଏହି ସମୟରେ ପ୍ରତେକ ଦିନ ମା’ଙ୍କ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତଙ୍କ ଜନସମାଗମ ହେଉଥିବା ବେଳେ ମା’ଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଆଶିଷ ଲାଭ କରୁଥିବା କହିଛନ୍ତି । ତେବେ ମା’ଙ୍କ ପୀଠରେ କିପରି ଚାଲିଛି ଶାରଦୀୟ ନବରାତ୍ର ପୁଜାର୍ଚ୍ଚନା ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.