ଧରଣୀଧର ଭେଷଜ ମହାବିଦ୍ୟାଳୟରେ ଆରମ୍ଭ ହେଲା ରୋଗୀ ସେବା - Dharanidhar Medical College

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 2, 2024, 7:32 PM IST

Dharanidhar Medical College And Hospital: କେନ୍ଦୁୁଝର: ବହୁ ପ୍ରତିକ୍ଷୀତ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୫ଶହ ଶଯ୍ୟା ବିଶିଷ୍ଟ ବହିର୍ବିଭାଗ ଚିକିତ୍ସାସେବାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ଶନିବାର) ଦିନ ଭିଡ଼ିଓ କନଫରେନ୍ସ ଯୋଗେ ଏହାର ଉଦଘାଟନ କରିଛନ୍ତି । ଆଜିଠାରୁ ଏଠାରେ ଚିକିତ୍ସାସେବା ପାଇ ପାରିବେ ଲୋକେ । ମେଡ଼ିକାଲ୍ କଲେଜର ଅଭିଜ୍ଞ ପ୍ରଫେସର, ସହକାରୀ ପ୍ରଫେସରମାନେ ରୋଗୀମାନଙ୍କୁ ଉତ୍ତମ ତଥା ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବେ ।ଏଠାରେ ବହିର୍ବିଭାଗରେ ମେଡ଼ିସିନ୍, ସ୍କିନ୍, ମାନସିକ ରୋଗ ସହ, ଡ଼େଣ୍ଟାଲ୍ ରୋଗୀମାନେ ଚିକିତ୍ସାସେବା ପାଇ ପାରିବେ । କେନ୍ଦୁୁଝର ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଆଉ ଦୂରକୁ ଯିବାକୁ ପଡିବ ନାହିଁ ।

ଗତ ୨୦୨୩ ମସିହାରେ ମେଡ଼ିକାଲ କଲେଜ ନିର୍ମାଣ କାମ ସଂପୂର୍ଣ୍ଣ ହେବାପରେ, ୨୦୨୩ ଶିକ୍ଷାବର୍ଷରେ ୧୦୦ ଜଣ ଛାତ୍ରଛାତ୍ରୀ ମେଡ଼ିକାଲରେ ପଢ଼ିବାର ସୁଯୋଗ ପାଇଥିଲେ । ଆଜିର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହ, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାଗରିକା ସାହୁ, ମେଡ଼ିକାଲ ଡିନ ଚିନ୍ମୟୀ ମହାପାତ୍ର, ରେଜିଷ୍ଟ୍ରାର ମହେନ୍ଦ୍ର ନାଏକ ସାମିଲ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ......ରାଜ୍ୟରେ ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.