ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ମୋହନ ମାଝୀ, ଜଣାଇଲେ କୃତଜ୍ଞତା - Bjp Workers Welcomes Mohan Majhi - BJP WORKERS WELCOMES MOHAN MAJHI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 12, 2024, 11:56 AM IST

ଭୁୁବନେଶ୍ୱର: ବହୁପ୍ରତୀକ୍ଷାର ଅନ୍ତ ଘଟିଲା । ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ହେଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ ଶପଥ ନେବେ । ତେବେ ଗତକାଲି ବିଜେପି ବୈଠକରେ ଏହି ନିଷ୍ପତ୍ତି ହେବା ପରେ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟି ଶପଥ ଗ୍ରହଣର ସମୟ ମାଗିଥିଲେ । ଏହାପରେ ବିଜେପି କାର୍ଯ୍ୟାଳୟ ଆସି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ । ରାଜଧାନୀ ବିଜେପି କାର୍ଯ୍ୟାଳୟରେ ମୋହନ ମାଝୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ସେ ସମସ୍ତ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, "ଆପଣଙ୍କ ଆଶୀର୍ବାଦ ପାଇଁ ବିଧାୟକରୁ ମୁଁ ମୁଖ୍ୟମନ୍ତ୍ରୀ ହେଲି । ମୁଁ ସବୁ ଗାଁକୁ ଯିବି ଓ ଆପଣଙ୍କ ସହ ସେଲ୍ଫି ନେବି ।" ଓଡ଼ିଶାର ବିକାଶ ଦିଗରେ ହିଁ କାର୍ଯ୍ୟକରିବି ବୋଲି କହିଛନ୍ତି ମୋହନ ।

ଏହା ମଧ୍ୟ ପଢନ୍ତୁ: ନିଲମ୍ବିତ ବିଧାୟକରୁ ମୁଖ୍ୟମନ୍ତ୍ରୀ; କଣ ବାର୍ତ୍ତା ଦେଲା ବିଜେପି, ମୋଦି ଖେଳିଲେ ଆଦିବାସୀ ମାଷ୍ଟରଷ୍ଟ୍ରୋକ୍ ! 

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.